News

ରାଜ ଠାକରେ: ଏବେ ଦେଶକୁ ମୋଦି ମୁକ୍ତ କରିବାର ସମୟ ଆସିଛି,ସବୁ ବିପକ୍ଷ ଦଳକୁ ଏକାଠି ହେବା ଦରକାର

ମହାରାଷ୍ଟ୍ର ନବନିର୍ମାଣ ସେନାର ପ୍ରମୁଖ ରାଜ ଠାକରେ ଗତକାଲି ଏକ ର୍ୟାଲିରେ ପାର୍ଟିର କାର୍ଯ୍ୟକର୍ତାମାନଙ୍କୁ ସମର୍ଥନ କରି କହିଛନ୍ତି କି, ଦେଶ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରଙ୍କ ମିଛ ପ୍ରତିଶୃତିରେ ବୁଡି ସାରିଲାଣି। ‘ମୋଦି ମୁକ୍ତ ଭାରତ’ପାଇଁ ଏବଂ ଭାଜପା ନେତୃତ୍ୱରେ ଥିବା ସରକାର ପାଇଁ ସବୁ ବିପକ୍ଷ ଦଳମାନଙ୍କୁ ଏକଠି ହେବାକୁ ପଡିବ।

ଠାକରେ କଟାକ୍ଷ କରି କହିଥିଲେ, ଭାରତ ୧୯୪୭ ମସିହାରେ ପ୍ରଥମ ସ୍ୱାଧୀନତା ପାଇଥିଲା,ଦ୍ୱିତୀୟ ସ୍ୱାଧୀନତା ୧୯୭୭ ମସିହାରେ ହୋଇଥିଲା

ଏବଂ ୨୦୧୯ ମସିହାରେ ଭାରତ ମୋଦି ମୁକ୍ତ ହେବା ପରେ ତୃତୀୟ ସ୍ୱାଧୀନତା ପାଇବ । ମୋଦି ସରକାର ଶାସନରୁ ବାହାର ହେବା ପରେ ଯଦି ବିମୁଦ୍ରାକରଣ ଉପରେ ଯାଂଚ କରାଯାଏ ତେବେ ଏହା ଭାରତର ଦ୍ୱିତୀୟ ବଡ ଘୋଟାଲା ରୂପେ ସାବ୍ୟସ୍ତ ହେବ।

ଆଉ ମଧ୍ୟ ସେ କହିଛନ୍ତି କି ମୋଦି ସରକାରକୁ ଶାସନରୁ ବାହାର କରିବା ପରେ ଯଦି ନୋଟବନ୍ଦୀକୁ ନେଇ ଯଦି ଯାଂଚର ଆଦେଶ ଦିଆଯାଏ ତାହେଲେ ୧୯୪୭ ମସିହା ପରଠାରୁ ଏବେ ପର୍ଯ୍ୟନ୍ତ ହୋଇଥିବା ଦେଶର ସବୁ ଦୁର୍ନୀତି ଠାରୁ ନୋଟବନ୍ଦୀ ଦୁର୍ନୀତି ଭାବରେ ସାମ୍ନାକୁ ଆସିବ।

ପଢନ୍ତୁ;ଭୁବନେଶ୍ୱର: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଲା ଚଳନ୍ତା କାର ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Related posts

କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ENO Beuro

ଚେନ୍ନାଇ ନୌସେନା ଷ୍ଟେସନ୍‌ରେ ଉଡିଲା ଅଜ୍ଞାତ ଡ୍ରୋନ୍‌: ତଦନ୍ତ ଜାରି

Ratnamani Moharana

ଶେଷ ହେଲା କଟକ ବାଲିଯାତ୍ରା,୧୦୦ କୋଟିରୁ ଅଧିକ ବେପାର କରିଛନ୍ତି ବ୍ୟବସାୟୀ

ENO Beuro

Leave a Comment