News

କଂଗ୍ରେସ କ୍ଷମତାକୁ ଆସିଲେ ରାଜନ ହୋଇପାରନ୍ତି ଅର୍ଥମନ୍ତ୍ରୀ

ଆରବିଆଇର  ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚର୍ଚ୍ଚାରେ

ଭାରତ ପୂର୍ବତନ ଆରବିଆଇ ଗଭର୍ଣ୍ଣର  ରଘୁରାମ ରାଜନ ଚର୍ଚ୍ଚାରେ। ଭାରତରେ ଯଦି ଏଥର କଂଗ୍ରେସ କ୍ଷମତାକୁ ଆସେ ତେବେ ରାଜନଙ୍କୁ ମିଳିପାରେ ଅର୍ଥମନ୍ତ୍ରୀର ପଦ। ଏହି ଖବର ଉପରେ ରାଜନଙ୍କ ମତାମତ ନେଲାବେଳେ ସେ କହିଛନ୍ତିକି, ସେ ବର୍ତମାନ ଯେଉଁଠି ଅଛନ୍ତି ଖୁସିରେ ଅଛନ୍ତି। କିନ୍ତୁ ଯଦି ତାଙ୍କୁ ଭଲ ସୁଯୋଗ ମିଳେ ତେବେ ସେ ଭାରତ ଫେରିବାକୁ ପସନ୍ଦ କରିବେ। ଏଭଳି କ୍ଷେତରେ ରାଜନ ରାଜନୀତିକୁ ଆସିବା ନେଇ ଆନୁମାନ କରାଯାଉଛି। ବର୍ତମାନ ରାଜନ ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟର ବୁଥ୍‌ ସ୍କୁଲ୍‌ ଅଫ୍ ବିଜନେସ୍‌ରେ ସେ ପ୍ରଫେସର ଭାବେ ଏବେ ପାଠ ପଢ଼ାଉଛନ୍ତି।

ରାହୁଲଙ୍କ ସର୍ବନିମ୍ନ ଆୟ ଯୋଜନାକୁ ସମର୍ଥନ କରିଛନ୍ତି ରାଜନ। ନିକଟରେ ରାହୁଲ ଯେଉଁ ନ୍ୟୂନତମ ଆୟ ଯୋଜନା ଘୋଷଣା କରିଥିଲେ, ତାହାକୁ ପ୍ରସ୍ତୁତ କରିବା ବେଳେ ରାଜନଙ୍କ ପରାମର୍ଶ   ନିଆଯାଇଥିଲା ବୋଲି ରାହୁଲ କହିଥିଲେ। ରାହୁଲଙ୍କ ଆୟ ଯୋଜନା ଲାଗୁ କରିବା ସମ୍ଭବ ବୋଲି ମଧ୍ୟ ରାଜନ କହିଛନ୍ତି। ଉଭୟ ପରସ୍ପରର ପ୍ରଶଂସା   କରିବା ମଧ୍ୟ ସେମାନଙ୍କ ସମ୍ପର୍କକୁ ପ୍ରତିଫଳିତ କରୁଛି।
ପଢନ୍ତୁ: ଭାରତର ମିସାଇଲ ପରୀକ୍ଷଣ ପରେ ପାକିସ୍ତାନ ଏବେ ଭୟରେ

Related posts

ଆଜି ୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Ratnamani Moharana

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

ENO Beuro

୩ରୁ ଭୁବନେଶ୍ୱରରୁ ଅହମ୍ମଦାବାଦ ସିଧାସଳଖ ବିମାନସେବା

ENO Beuro

Leave a Comment