POLITICALS

ରଜନୀକାନ୍ତ ଉପବାଚସ୍ପତି, ପ୍ରଣବ ଉପମୁଖ୍ୟ ସଚେତକ

Rp

ଷୋଡଶ ବିଧାନସଭାର ଉପବାଚସ୍ପତି  ହେବେ ଅନୁଗୁଳର ବିଧାୟକ ରଜନୀକାନ୍ତ ସିଂହ । ଉପବାଚସ୍ପତି ପଦ ପାଇଁ ବିଜେଡ଼ି ରଜନୀକାନ୍ତକୁ ମନୋନୀତ କରିଥିଲାବେଳେ ସରକାରୀ ଉପମୁଖ୍ୟ ସଚେତକ  ଭାବେ ପ୍ରଣବ ବଳବନ୍ତରାୟଙ୍କୁ  ମନୋନୀତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଷ୍ପତ୍ତି ନେଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି।

ଏଥିସହିତ ମନ୍ତ୍ରୀ ଶୂନ୍ୟ ଯାଜପୁର ଜିଲ୍ଲା ଭାଗରେ ଉଭୟ ସରକାରୀ ଦଳର ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ପଦବି ପଡିଛି। ପୂର୍ବରୁ ପ୍ରମିଳା ମଲ୍ଲିକଙ୍କୁ  ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଥିଲେ। ଅନୁଗୁଳ ଜିଲ୍ଲାକୁ ମନ୍ତ୍ରୀ ପଦବି ମିଳିନଥିଲା। ୧୯୩୭ ମସିହାରେ ନନ୍ଦ କିଶୋର ଦାସ ବିଧାନସଭାର ପ୍ରଥମ ଉପବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏବେ ଷୋଡ଼ଶ ବିଧାନସଭାର ଶ୍ରୀ ସିଂହ ୨୦ତମ ଉପବାଚସ୍ପତି ଭାବେ ନିର୍ବାଚିତ ହେବେ।

ପଢନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇମ୍‌ରାନ୍‌ ଖାନ୍‌ଙ୍କ ଚିଠି

Related posts

‘ଆମ ଗାଁ ଆମ ବିକାଶ’ ଯୋଜନା : ଝରିଗାଁ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୪ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା

ENO Beuro

୨୦୧୯ ନିର୍ବାଚନ ବିଜେପି ସହିତ ନୁହେଁ ବରଂ ଏକାକି ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇବ ଶିବସେନା

ENO Beuro

ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ!

ENO Beuro

Leave a Comment