SPORTS

ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କଲା ରାଜସ୍ଥାନ ରୋୟାଲ୍ସ

କ୍ରମାଗତ ୩ଟି ମ୍ୟାଚ ହାରିବା ପରେ ରାଜସ୍ଥାନ ରାୟଲ୍ସ  ଶେଷରେ ଆଇପିଏଲରେ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜେର୍ସ ୭ ୱିକେଟରେ  ବାଙ୍ଗାଲୋରକୁ ପରାସ୍ତ କରିଛି। ବିରାଟ କୋହଲିଙ୍କ ନେତୃତ୍ଵାଧୀନ ରୟାଲ ଚ୍ୟାଲେଞ୍ଜେର୍ସ କ୍ରମାଗତ ଚତୁର୍ଥ ପରାଜୟ ସହ ପଏଣ୍ଟ ଖାତା ଖୋଲିବାରେ ବିଫଳ ହୋଇଥିଲା।

୧୫୯ ରନକୁ ପିଛା କରୁଥିବା ରାଜସ୍ଥାନ ଶେଷ ଓଭରରେ ମ୍ୟାଚ ଜିତିଛି।  ଦଳ ପକ୍ଷରୁ ଜୋସ ବଟଲର ୫୯ ରନ, ଷ୍ଟଭ୍ ସ୍ମିଥ ୩୮ ରନ ଏବଂ ରାହୁଲ ତ୍ରିପାଠୀ ଅପରାଜିତି ୩୪ ରନର ଇଂନିସ ଖେଳିଥିଲେ। ସେପଟେ ଏହି ମ୍ୟାଚ ସହ ଲଗାତାର ଚତୁର୍ଥ ମ୍ୟାଚରେ ପରାଜୟର  ସାମ୍ନା କରିଛି ବିରାଟ କୋହଲି  ନେତୃତ୍ୱାଧିନ ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର। ବାଙ୍ଗାଲୋର ପକ୍ଷରୁ ପାର୍ଥିବ ପଟେଲ ସର୍ବାଧିକ ୬୭ ରନ କରିଥିଲେ। ଏହି ମ୍ୟାଚ ହାରିବା ପରେ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି ବାଙ୍ଗାଲୋର।

ପଢନ୍ତୁ: ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ନାଟକୀୟ ବିଜୟ

Related posts

ରୋମାଞ୍ଚକର ଟାଇ: ପରାଜୟରୁ ବର୍ତ୍ତିଲା ଭାରତ,ହୃଦୟ ଜିତିଲା ଆଫଗାନିସ୍ତାନ

ENO Beuro

ଟି୨୦ ତ୍ରିରାଷ୍ଟ୍ରୀୟ : ଭାରତକୁ ୫ ଓ୍ଵିକେଟରେ ପରାସ୍ତ କଳା ଶ୍ରୀଲଙ୍କା

ENO Beuro

ସେପ୍ଟେମ୍ବର ୨୫ ତାରିଖରେ କୋହଲି, ଚାନୁ ପାଇବେ ଖେଳରତ୍ନ

ENO Beuro

Leave a Comment