News

କୋର୍ଟରେ ବିଚାରପତିମାନଙ୍କୁ ସମ୍ବୋଧନ ହେବନି ‘ମାଇ ଲର୍ଡ’ କିମ୍ବା ‘ୟୋର ଲର୍ଡ ସିପ’

Untitled 1

ବ୍ରିଟିଶ ଅମଳରୁ ଆମ ଦେଶରେ ନ୍ୟାୟାଳୟରେ ବିଚାରପତିମାନଙ୍କୁ ‘ମାଇ ଲର୍ଡ’ ବା ‘ୟୋର ଲର୍ଡସିପ’ ବୋଲି ସମ୍ବୋଧନ କରାଯାଇଆସୁଥିଲା । ଭବିଷ୍ୟତରେ ଏଭଳି ସମ୍ବୋଧନ ଆଉ କରାଯିବ ନାହି ବୋଲି ରାଜସ୍ଥାନ ହାଇକୋର୍ଟ ଏକ ପୂର୍ଣାଙ୍ଗ ଖଣ୍ଡପୀଠ ରାୟ ଶୁଣାଇଛନ୍ତି। ଗତକାଲି ହାଇକୋର୍ଟର ମୁଖ୍ୟ ବିଚାରପତି ରବୀନ୍ଦ୍ର ଭଟ୍ଟଙ୍କ ଅଧକ୍ଷତାରେ ଏକ ବୈଠକ ବସି ଏହି ନିଷ୍ପତି ନିଆଯାଇଥିଲା। ଆଜି ଏ ସଙ୍କ୍ରାନ୍ତରେ ହାଇକୋର୍ଟରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ଏପରି ସମ୍ବୋଧନ ନ କରି କେବଳ ‘ସାର୍‌’ ସମ୍ବୋଧନ କଲେ ତାହା ଯଥେଷ୍ଟ ହେବ ବୋଲି ଓକିଲମାନଙ୍କୁ କୁହାଯାଇଛି ।

ଅବସରପ୍ରାପ୍ତ ବିଚାରପତିମାନେ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଏହି ପରମ୍ପରା ବ୍ରିଟିଶ ଅମଳରେ ଆରମ୍ଭ ହୋଇଥିଲା । ଏବେ ଏହାର ପ୍ରାସଙ୍ଗିକତା ନାହିଁ ରାଜସ୍ଥାନ ହାଇକୋର୍ଟର ପୂର୍ବତନ ବିଚାରପତି ଭିଏସ ଦାଭେ  କହିଛନ୍ତି । ଜଣେ ବିଚାରପତିଭାବେ ମୋର ଲକ୍ଷ୍ୟ ଥାଏ ଆଇନଜୀବିଙ୍କ ଯୁକ୍ତି ଓ ତଥ୍ୟପ୍ରମାଣ ଦେଖିବା, ସେ ମାଇ ଲର୍ଡ ସମ୍ବୋଧନ କଲେ ବା ନ କଲେ ସେଥିରେ ମୋର କିଛି ଯାଏ ଆସେ ନାହିଁ ବୋଲି ସେ କହିଛନ୍ତି । ହାଇକୋର୍ଟ ଏହି ରାୟ କେବଳ ରାଜସ୍ଥାନ ନୁହେଁ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯିବ ଆବଶ୍ୟକ ବୋଲି କହିଛନ୍ତି।

ପଢନ୍ତୁ: ସାରା ବିଶ୍ୱରେ ୮୨ କୋଟିରୁ ଅଧିକ ଲୋକ ଭୋକରେ

Related posts

ପେଟ୍ରୋଲ ପମ୍ପରେ ମିଳିବ ଔଷଧ – କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନୂଆ ଯୋଜନା

ENO Beuro

ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ

ENO Beuro

ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସିରିଆ ଉପରେ ମିଳିତ ଆକ୍ରମଣ

ENO Beuro

Leave a Comment