News

କୃଷି ଋଣ ଛାଡ଼ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌

rajasthan

ମଧ୍ୟପ୍ରଦେଶ ଏବଂ ଛତିଶଗଡ ପରେ ଏବେ ରାଜସ୍ଥାନ ସରକାର ମଧ୍ୟ କୃଷିଋଣ ଛାଡ ଘୋଷଣା କରିଛନ୍ତି । ଋଣ ନେଇଥିବା କୃଷକଙ୍କ ଉପରୁ ୨ ଲକ୍ଷ ଟଙ୍କାର କୃଷିଋଣ ଛାଡ ହେବ ବୋଲି ରାଜସ୍ଥାନର କଂଗ୍ରେସ ସରକାର ଘୋଷଣା କରିଛନ୍ତି । ଏହା ଫଳରେ ଏବେ ରାଜସ୍ଥାନ ସରକାରଙ୍କ ଉପରେ ବାର୍ଷିକ ୧୮ ହଜାର କୋଟି ଟଙ୍କାରଅଧିକ ବୋଝ ପଡିବ ।

rajasthan

କୃଷି ଋଣ ଛାଡ଼ କରିବାରେ ରାଜସ୍ଥାନ ଦେଶରେ ତୃତୀୟ କଂଗ୍ରେସ ଶାସିତ ରାଜ୍ୟ । ପୂର୍ବରୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବା ପରେ କୃଷି ଋଣ ଛାଡ଼ କରିଥିଲେ । ଏହାପରେ ଆସାମରେ ବିଜେପି ସରକାର ବି ଏହି ଘୋଷଣା କରିଥିଲେ । ତିନିଟି ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କୃଷି ଋଣ ଛାଡକୁ ପ୍ରମୁଖ ପ୍ରସଙ୍ଗ କରିଥିଲା କଂଗ୍ରେସ । ଏବେ ସରକାର କରିବା ପରେ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ।

ସୂଚନାଯୋଗ୍ୟ,ତିନିରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ପରେ ପ୍ରଥମ ରାଜ୍ୟ ଭାବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଚାଷୀଙ୍କ ଋଣ ଛାଡ ଘୋଷଣା କରିଥିଲେ । ଏହା ପରେ ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କୃଷିଋଣଛାଡ ଘୋଷଣା କରିଥିଲେ ।

ପଢନ୍ତୁ; ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍‌

Related posts

ବିଶ୍ୱସୁନ୍ଦରୀ-୨୦୧୮ ମୁକୁଟ ବିଜୟିନୀ ହେଲେ ମେକ୍ସିକୋ ସୁନ୍ଦରୀ ଭାନେସା

ENO Beuro

ଇଣ୍ଡୋନେସିଆରେ ଭୂକମ୍ପ-ସୁନାମି: ମୃତ୍ୟୁ ସଂଖ୍ୟା ୮୩୨

ENO Beuro

ଇଭିଏମ୍‌ରେ ବନ୍ଦ ୨୧୭ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ

Ratnamani Moharana

Leave a Comment