POLITICALS

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେଲେ ଅଶୋକ ଗେହଲଟ୍‌

ashok

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ। ଏହି ଦୌଡରେ ଥିବା ସଚିନ ପାଇଲଟଙ୍କୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ। ଏହାସହ ପାଇଲଟ ରାଜସ୍ଥାନ କଂଗ୍ରେସର ମୁଖ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିବେ। ଲମ୍ଵା ସମୟ ଧରି ରାଜନୀତିରେ ସକ୍ରିୟ ଗେହଲଟ ରାଜସ୍ଥାନରେ ବହୁତ ଲୋକପ୍ରିୟ ନେତା ଅଟନ୍ତି ଏବଂ ତାଙ୍କୁ ‘ରାଜନୀତିର ଯାଦୁଗର’ ତଥା ‘ମାରଓ୍ଵାଡାର ଗାନ୍ଧୀ’ ବୋଲି ଡାକନ୍ତି।

ashok

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଗେହଲଟ୍‌ଙ୍କୁ ମନୋନୀତ କରିବା ପରେ ରାହୁଲ କହିଛନ୍ତି, ଗେହଲଟ୍‌ଙ୍କ ନେତୃତ୍ବରେ ରାଜ୍ୟରେ ଦଳ ଆହୁରି ଆଗକୁ ବଢ଼ିବ ଏବଂ ତାଙ୍କ ନେତୃତ୍ବ ରାଜ୍ୟବାସୀଙ୍କ ଇଚ୍ଛା ପୂରଣ କରିବା ଦିଗରେ କାର୍ଯ୍ୟ କରିବ।

ସୂଚନାଯୋଗ୍ୟ,ରାଜସ୍ଥାନ ରାଜନୀତିରେ ବ୍ରାହ୍ମଣ, ଜାଠ,କ୍ଷେତ୍ରୀୟମାନେ ରାଜନୀତି କରୁଥିବା ବେଳେ ଅଶୋକ ଜଣେ ମାଳୀ ଜାତିର ନେତା ହୋଇ ବି ଲୋକ ମାନଙ୍କର ପ୍ରିୟଭାଜନ ହୋଇପାରିଛନ୍ତି । ୨୦୦୮ ମସିହାରେ ଅଚାନକ ଭାବରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାପରେ ୨୦୧୮ରେ ପୁଣି ମଙ୍ଗ ଧରିଛନ୍ତି । ବିଜେପି ରାଜନୀତିରେ ଥିବା ବସୁନ୍ଧରା ରାଜେଙ୍କୁ କଡ଼ା ଟକ୍କର ଦେଇ ନିଜର ଦଳକୁ ତଥା ନିଜ ପଦମର୍ଯ୍ୟାଦା ବଜାଇରଖିଛନ୍ତି।

ପଢନ୍ତୁ; ପ୍ରସାଦ ଖାଇ ୧୨ ଶ୍ରଦ୍ଧାଳୁ ମୃତ,୮୦ ଅସୁସ୍ଥ

Related posts

ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର

ENO Beuro

କାନ୍ଦିଲେ କୁମାରସ୍ୱାମୀ; କହିଲେ ‘ମେଣ୍ଟ ସରକାର ଚଳାଇବା ବହୁତ କଷ୍ଟଦାୟକ’

ENO Beuro

ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ଲଙ୍କାକାଣ୍ଡ

Ratnamani Moharana

Leave a Comment