SPORTS

ସୁପରକିଙ୍ଗ୍‌ସକୁ ୪ ୱିକେଟରେ ହରାଇଲା ରୟାଲ୍ସ 

ଆଶା ଦେଲେ ବଟଲର

ଜୋସ ବଟଲରଙ୍କ ବିସ୍ପୋରକ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ଚଳିତ ଆଇପିଏଲରେ ଚେନାଇ ସୁପରକିଙ୍ଗ୍‌ସକୁ ୪ ୱିକେଟରେ ହରାଇଛି । ବିଜୟ ସହ ରୟାଲ୍ସ ପ୍ଲେ ଅଫ୍ ଖେଳିବାରେ ଆଶା ଏକ ପ୍ରକାର ଉଜ୍ଜୀବିତ କରିଛି । ଚେନାଇ ସୁପରକିଙ୍ଗ୍‌ସ ଏହି ମ୍ୟାଚ ଜିତିଥିଲେ ଦଳର ପ୍ଲେ ଅଫ୍ ପରିଷ୍କାର ହୋଇ ଯାଇଥାଆନ୍ତା । ମାତ୍ର ବଟଲର ସୁପରକିଙ୍ଗ୍‌ସର ଏହି ଆଶା ପୂରଣ ହେବାକୁ ଦେଇ ନ ଥିଲେ ।

ଚେନ୍ନଇ ଟସ୍‍ ଜିତି ବ୍ୟାଟିଂ ନେବା ପରେ ଏହାର ଓପ୍‍ନିଂ ଯୋଡ଼ି ୨ ଓଭରରେ ୧୯ ରନ୍‍ କରିଥିଲା । ଅମ୍ବତି ରାୟୁଡୁ ୧୨ ରନ୍‍କରି ଆଉଟ ହୋଇ ଯାଇଥିଲେ । ସୁରେଶ ରୈନା କ୍ରିଜ୍‍କୁ ଆସିବା ମାତ୍ରେ ଆକ୍ରମଣାତ୍ମକ ସଟ୍‍ ଖେଳିବା ଆରମ୍ଭ କରିଥିଲେ । ଓପ୍‍ନର ସେନ୍‍ ୱାଟ୍‍ସନଙ୍କ ସହ ରୈନା ୨ୟ ୱିକେଟ ପାଇଁ ୮୬ ରନ୍‍ ଯୋଡ଼ିଥିଲେ। ୧୨ ଓଭର ଶେଷରେ ଚେନ୍ନଇ ସୁପର କିଙ୍ଗ୍‍ସ ୨ ୱିକେଟରେ ୧୧୧ ରନ୍‍ କରିଥିଲା । ହେଲେ ରାଜସ୍ଥାନ ରୟାଲ୍‍ସର ବୋଲର ଭଲ ବୋଲିଂ କରିବାରୁ ଶେଷ ୮ ଓଭରରୁ ଚେନ୍ନଇ ମାତ୍ର ୬୫ ରନ୍‍ ନେଇ ପାରିଥିଲା ।

ଅଷ୍ଟ୍ରେଲୀୟ ୱାଟ୍‍ସନ୍‍ ୩୧ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୯ ରନ୍‍ କରିଥିଲେ । ଅର୍ଦ୍ଧଶତକ ପୂରଣ ପରେ ରୈନା ମଧ୍ୟ ବିଦାୟ ନେଇଥିଲେ । ଏହି ବାମହାତି ୩୫ ବଲ୍‍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୨ ରନ୍‍ କରିଥିଲେ ।  ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶେଷ ୮.୫ ଓଭର ବ୍ୟାଟିଂ କରିଥିଲେ ମଧ୍ୟ ଦ୍ରୁତଗତିରେ ସ୍କୋର୍‍ କରିବାରେ ବିଫଳ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ଧୋନି ଓ ବିଲିଙ୍ଗ୍‍ସ ୬.୪ ଓଭରରେ ୫୫ ରନ୍‍ ଯୋଡ଼ିଥିଲେ । ଇଂଲଣ୍ଡର ବିଲିଙ୍ଗ୍‍ସ ୨୨ ବଲ୍‍ରୁ ୩ଟି ଚୌକା ସହ ୨୭ ରନ୍‍ କରିଥିଲେ। ଧୋନି ୨୩ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୩ ରନ୍‍କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍‍ର ପେସ୍‍ ବୋଲର ଜୋଫ୍ରା ଆର୍ଚର ୨ଟି ୱିକେଟ ପାଇଥିଲେ ।

୬୦ ବଲରୁ ୯୫ ରନର ଲଢ଼ୁଆ ବ୍ୟାଟିଂ କରି ହିରୋ ପାଲଟିଲେ ଜୋସ ବଟଲର

ରାଜସ୍ଥାନ ରୟାଲ୍‍ସ ସମ୍ମୁଖରେ ୧୭୭ ରନ୍‍ର ବିଜୟଲକ୍ଷ୍ୟ ଥିବା ବେଳେ ଇଂଲଣ୍ଡର ଦୁଇ ବ୍ୟାଟ୍‍ସମ୍ୟାନ୍‍ ଜୋସ୍‍ ବଟ୍‍ଲର ଓ ବେନ୍‍ ଷ୍ଟୋକ୍‍ସ ଇନିଂସ ଆରମ୍ଭ କରିଥିଲେ। ଇନିଂସର ପ୍ରଥମ ୩ଟି ବଲ୍‍ରେ ଚୌକାମାରି ବଟ୍‍ଲର ତାଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ । ୪ ଓଭରରେ ରାଜସ୍ଥାନ ୪୮ ରନ୍‍ କରିଥିଲା । ଷ୍ଟୋକ୍‍ସ ୭ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୧ ରନ୍‍ କରିଥିଲେ ।

ଅଧିନାୟକ ଅଜିଙ୍କ୍ୟ ରାହାଣେ ବିଫଳତା ଧାରା ଜାରିରଖି ୪ ରନ୍‍କରି ବିଦାୟ ନେଇଥିଲେ। ତେବେ ଅନ୍ୟପଟେ ବଟ୍‍ଲର ତାଙ୍କ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। ସଞ୍ଜୁ ସାମ୍‍ସନ ୨୨ ବଲ୍‍ରୁ ୨ଟି ଚୌକା ସହ ୨୧ ରନ୍‍କରି ରନ୍‍ଆଉଟ ହୋଇଥିଲେ। ହିମାଚଳର ପ୍ରଶାନ୍ତ ଚୋପ୍ରା ପ୍ରଥମ ଆଇପିଏଲ୍‍ ମ୍ୟାଚ୍‍ ଖେଳି ୮ ରନ୍‍ କରି ପାରିଥିଲେ। ଷ୍ଟୁଆର୍ଟ ବିନ୍ନି ୧୭ ବଲ୍‍ରୁ ୨୨ ରନ୍‍ କରିଥିଲେ। କେ. ଗୌତମ ୪ ବଲ୍‍ରୁ ୨ଟି ଛକା ସହ ୧୩ ରନ୍‍ କରିଥିଲେ। ରାଜସ୍ଥାନ ୪ ଓଭରରୁ ୪୬ ଓ ଶେଷ ଓଭରରୁ ୧୨ ରନ୍‍ ଆବଶ୍ୟକ କରୁଥିଲା। ଶେଷ ଓଭରରେ ବଟ୍‍ଲର ବଟ୍‍ଲର ଆବଶ୍ୟକ ୧୨ ରନ୍‍ ନେଇ ପାରିଥିଲେ। ବଟ୍‍ଲର ୬୦ ବଲ୍‍ରୁ ୨ଟି ଛକା ଓ ୧୧ଟି ଚୌକା ସହ ୯୫ ରନ୍‍କରି ଅପରାଜିତ ରହି ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ ।

ପଢନ୍ତୁ ;

ହୃଦଘାତ ଆସିବା ପୂର୍ବର ଜାଣନ୍ତୁ ଏହାର ଲକ୍ଷଣ କ’ଣ ?

Related posts

ବଲ ଟ୍ୟାମ୍ପରିଂ : ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି କ୍ଷମା ମାଗିଲେ ସ୍ମିଥ୍ , କହିଲେ ଏ ସବୁ ପାଇଁ ମୁଁ ଦାୟୀ

ENO Beuro

ଯୁବ ବର୍ଗଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରହିବାକୁ ମଧ୍ୟ ମରାମର୍ଶ ଦେଇଛନ୍ତି କୋହଲି

ENO Beuro

କ୍ରିକେଟର ସାହିଦ ଆଫ୍ରିଦିଙ୍କ ବୟାନ: ପାକିସ୍ଥାନର କାଶ୍ମୀର ଦରକାର ନାହିଁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More