ଡିଡିସିଏ ନୂଆ ଅଧ୍ୟକ୍ଷ ରଜତ ଶର୍ମା
ଦିଲ୍ଲୀ ଜିଲା କ୍ରିକେଟ ସଂଘ (ଡିଡିସିଏ)ର ନୂଆ ଅଧ୍ୟକ୍ଷ ଭାବେ ଇଣ୍ଡିଆ ଟିଭିର ମୁଖ୍ୟ ସମ୍ପାଦକ ରଜତ ଶର୍ମା ଏବଂ ଉପାଧ୍ୟକ୍ଷ ଭାବେ ରାକେଶ କୁମାର ବଂସଲ ନିର୍ବାଚିତ ହୋଇଛନ୍ତି। ଡିଡିସିଏ ଅଧ୍ୟକ୍ଷ ନିର୍ବାଚନରେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ୫୪.୪୦% ଭୋଟ ପାଇଛନ୍ତି ଓ ଉପାଧ୍ୟକ୍ଷ ବଂସଲ ୪୮.୮୭% ଭୋଟି ପାଇଛନ୍ତି।
ଏହି ନିର୍ବାଚନରେ ବିିଜୟୀ ହୋଇଥିବା ଅନ୍ୟ ପ୍ରର୍ଥୀ ହେଲେ ବିନୋଦ ତିହାରା। ସେ ୩୭୬ ଖଣ୍ଡ ଭୋଟରେ ମନଜୀତ ସିଂଙ୍କୁ ହରାଇ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ସେହିପରି ରାଜନ ମାନଚାନ୍ଦ ଯୁଗ୍ମ ସମ୍ପାଦକ ଭାବେ, ଓମ୍ ପ୍ରକାଶ ଶର୍ମା କୋଷାଧ୍ୟକ୍ଷ, କୋଚ୍ ସଞ୍ଜୟ ଭରଦ୍ୱାଜ ନିର୍ଦ୍ଦେଶକ, ରେଣୁ ଖାନ୍ନା ମହିଳା ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଅନ୍ୟତମ ନିର୍ଦ୍ଦେଶକ ଭାବେ ଅପୂର୍ବ ଜୈନ, ଆଲୋକ ମିତ୍ତଲ, ନୀତୀନ ଗୁପ୍ତା, ଶିବ ନନ୍ଦନ ଶର୍ମା ଓ ନୀତୀନ ଅଗ୍ରଓ୍ବାଲ ମଧ୍ୟ ନିର୍ବାଚିତ ହୋଇଛନ୍ତି।
ପଢନ୍ତୁ; ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ? ନଚେତ୍ ହୋଇପାରେ ଅନେକ ସମସ୍ୟା