News

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

Rajdhani-express

ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ରାଉରକେଲା ପୂର୍ବରୁ ତିଲକା ନଗର ଠାରେ ଏହି ନିଆଁ ଲାଗିଛି । ତେବେ ଖବର ଲେଖାଯିବା ସୁଦ୍ଧା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

Rajdhani-express

ମିଳିଥିବା ସୂଚନା ଅନୁସାରେ, ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ରାଜଧାନୀ ଏକ୍ସପ୍ରେସଟି ବିଶ୍ରା ଷ୍ଟେସନ ନିକଟରେ ପହଞ୍ଚିଥିବା ବେଳେ ଏହାର ଡି-୭ କୋଚ୍‌ରେ ଆକସ୍ମିକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ପରେ ଏହି ନିଆଁକୁ ଆୟତ୍ତ କରାଯାଇ ଟ୍ରେନ୍‌ ନିଜ ଗନ୍ତବ୍ୟପଥରେ ବାହାରିଥିଲା। ମାତ୍ର ବିଶ୍ରା ଷ୍ଟେସନ୍‌ ଠାରୁ ମତ୍ର ୧୦ କିଲୋମିଟ ଆସିବା ପରେ ତିଲିକାନଗର ଷ୍ଟେସନ ନିକଟରେ ପୁଣି ସେହିି ଡି-୭ ବଗିରେ ନିଆଁ ଲାଗିଥିଲା। ତେବେ ଏ ନେଇ ସଜାଗଥିବା ରେଳବାଇ କର୍ତ୍ତୃପକ୍ଷ ଟ୍ରେନ୍‌ ଅଟକାଇ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ କୌଣସି ପ୍ରକାର ଧନଜୀବନ ନଷ୍ଟ ହୋଇ ନ ଥିବା ଜଣାଯାଇଛି।

ପଢନ୍ତୁ;  ରିଲିଜ ହେଲା ହ୍ୟୁମାନ ସାଗରଙ୍କ କଣ୍ଠରେ ଆଉ ଏକ ହୃଦୟସ୍ପର୍ଶୀ ଗୀତ ‘ହୃଦୟ ହୀନା କୁ ଦେଲି ହୃଦୟ’

Related posts

ଅବପାତ ରୂପ ନେଲା ଲଘୁଚାପ,ଆହୁରି ୨ଦିନ ବର୍ଷିବ

ENO Beuro

ପ୍ରଥମ ଥର ପାଇଁ ଭାରତୀୟ ନୌସେନାରେ ମହିଳା ପାଇଲଟ ଓ ତିନି ମହିଳା ଅଧିକାରୀ ସାମିଲ

ENO Beuro

ଆଜିଠାରୁ ସଂସଦର ବଜେଟ ଅଧିବେଶନ,ଶୁକ୍ରବାର ବଜେଟ ଉପସ୍ଥାପନ

ENO Beuro

Leave a Comment