News

ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତିକ୍ଷାର ଅନ୍ତ : ସମ୍ବଲପୁର ଦେଇ ଗଡ଼ିଲା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ

ଆଜି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପଶ୍ଚିମ ଓଡିଶା ଦେଇ ଯାତ୍ରା ଆରମ୍ଭ କରିଛି ।

ବହୁ ଦିନ ପରେ ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତିକ୍ଷାର ଅନ୍ତ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ପତାକା ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିଛନ୍ତି । ସେପଟେ ଭୁବନେଶ୍ୱର ଷ୍ଟେସନରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ପରିବହନ ମନ୍ତ୍ରୀ ନୃସିଂହ ସାହୁ ଓ ଭୁବନେଶ୍ୱରର ବିଧାୟକମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଏଥର ପ୍ରତି ଶନିବାର ଅନୁଗୁଳ, ସମ୍ବଲପୁର ସହର ସହିତ ଝାରୁସୁଗୁଡା ଓ ରାଉରକେଲା ଷ୍ଟେସନରେ ଅଟକିବ । ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ସକାଳ ୭ଟା ୧୦ ମିନିଟରେ ଛାଡିବ । ସେହିଭଳି ଫେରିବାବେଳେ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ରାଉରକେଲା, ଝାରୁସୁଗୁଡା , ସମ୍ବଲପୁର ଓ ଅନୁଗୁଳ ଦେଇ ଫେରିବ। ଆଗାମୀ ଦିନରେ ଢେଙ୍କାନାଳ ଷ୍ଟପେଜ୍‌ରେ ଟ୍ରେନ୍‌ ଅଟକିବାକୁ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ବେଳେ ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟି ଅନୁରୋଧ କରିଥିଲେ । ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତେବେ ଆଜି ଏହାର ଶୁଭାରମ୍ଭ ହୋଇଛି । ଟ୍ରେନ୍‌ଟି ସପ୍ତାହକୁ ଥରେ ସମ୍ବଲପୁର ଭାୟା ଦେଇ ଯାତ୍ରା କରିବ।

ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ୨୦୧୪ – ୨୦୧୮ ଭିତରେ ଓଡିଶାକୁ ରେଳ ବିଭାଗରେ ସବଠୁ ଅଧିକ ଅର୍ଥ ମଞ୍ଜୁର କରାଯାଇଛି । ଓଡ଼ିଶାର ସମସ୍ତ ଷ୍ଟେସନ ଗୁଡିକର ପୁନଃ ନିର୍ମାଣ କରାଯିବ ଓ ୱାଇଫାଇର ବ୍ୟାପକ ସଂଯୋଗ କରାଯିବ ବୋଲି ସେ କହିଛନ୍ତି ।

ପଢନ୍ତୁ;

କୋର୍ଟରେ ପହଞ୍ଚିଲା ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ରସଗୋଲା ବିବାଦ

Related posts

ଭିଲାଇ ଷ୍ଟିଲପ୍ଲାଂଟରେ ବିସ୍ଫୋରଣ,୮ ମୃତ

ENO Beuro

ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅମିତା ଉଦ୍‌ଗାତାଙ୍କ ପରଲୋକ!

ENO Beuro

‘ହକି ହି ଜିନ୍ଦେଗୀ’ ପୁସ୍ତକ ଲୋକାର୍ପିତ,ହକିକୁ ଓଡିଶାର ଅବଦାନ ଅନନ୍ୟ

ENO Beuro

1 comment

Leave a Comment