News

ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାହୁଳ, ପ୍ରିୟଙ୍କା ଓ ସୋନିଆ

rajib

ଟୁଇଟ ଜରିଆରେ ପ୍ରଧାନମନ୍ତ୍ରୀ  ମୋଦି ଜଣାଇଲେ ଶ୍ରଦ୍ଧାଞ୍ଜଳି

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସ। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ବିଶିଷ୍ଟ କଂଗ୍ରେସ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ ଜରିଆରେ ରାହୁଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

rajib

କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ ରାଜୀବ ଗାନ୍ଧୀ ଥିଲେ ଜଣେ ଦୟାଳୁ, ଭଦ୍ର ଓ ସ୍ନେହୀ ମଣିଷ। ବାପାଙ୍କର ଅକାଳ ବିୟୋଗ ମୋ ଜୀବନରେ ଗଭୀର ଶୂନ୍ୟତା ଛାଡ଼ି ଯାଇଛି। ଆମେ ଏକତ୍ର ଥିବା ବେଳର କଥା ମୋ ମନେପଡୁଛି। ସେ ବଞ୍ଚିଥିବା ବେଳେ ତାଙ୍କ ସହ ବହୁ ଜନ୍ମଦିନ ପାଳନ କରିଥିବାରୁ ଆମେ ବଡ଼ ଭାଗ୍ୟବାନ। ଆମେ ତାଙ୍କୁ ହରାଇଛୁ, କିନ୍ତୁ ତାଙ୍କର ସ୍ମୃତି ବଞ୍ଚି ରହିଛି।

 rajib

ପ୍ରଧାନମନ୍ତ୍ରୀ ମଧ୍ୟ ଟୁଇଟ କରି କହିଛନ୍ତି ଯେ ପୂର୍ବତନ ପ୍ରଧାମନ୍ତ୍ରୀଙ୍କ ଦେଶ ପ୍ରତି ଥିବା ଉଦ୍ୟମକୁ ସ୍ମରଣ କରାଇଛନ୍ତି। ଜନ୍ମବାର୍ଷିକୀରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ର ପ୍ରତି ତାଙ୍କର ଉଦ୍ୟମକୁ ଆମେ ମନେରଖିଛୁ।

ସୂଚନାଯୋଗ୍ୟ ଯେ, ରାଜୀବ ଗାନ୍ଧୀଙ୍କ ଜନ୍ମ ୧୯୪୪ ଅଗଷ୍ଟ ୨୦ ତାରିଖରେ ହୋଇଥିବାବେଳେ ୧୯୯୧ ମେ ୨୧ତାରିଖରେ ତାଙ୍କୁ ହତ୍ୟା କରିଦିଆଯାଇଥିଲା । ରାଜୀବ ଗାନ୍ଧୀ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ।

ପଢନ୍ତୁ;ଗୃହରେ କଣ ରଖିଲେ ଆର୍ଥିକଅଭାବ ଦେଖାଯାଇନଥାଏ! ଜାଣନ୍ତୁ ସେ ସମ୍ପର୍କରେ

Related posts

ଶଶାଙ୍କ ମନୋହର ପୁଣି ହେଲେ ଆଇସିସି ଅଧକ୍ଷ!

ENO Beuro

ତାଜମହଲ୍‌କୁ ସୁରକ୍ଷା ଏବଂ ସଂରକ୍ଷଣ ଦେବାରେ ଅବହେଳା!

ENO Beuro

ଚୀନର ଏହି ଯୋଜନା ସଫଳ ହୋଇଗଲେ , ଭାରତ ଉପରକୁ ବିପଦ ଘନେଇ ଆସିପାରେ

ENO Beuro

1 comment

Leave a Comment