Entertainment

ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବ୍ୟୟ ବହୁଳ ଫିଲ୍ମ ୨.୦ର ଟିଜର୍‌ ଲିକ୍‌

By Krishna Kumar Manoj

March 05, 2018

ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଦୁଇ ଦୁଇଟି ଫିଲ୍ମର ଟିଜର୍‌ ଲିକ୍‌

ଚଳିତ ସପ୍ତାହରେ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଦୁଇ ଦୁଇଟି ଫିଲ୍ମର ଟିଜର୍‌ ଲିକ୍‌କୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଫିଲ୍ମ ‘କାଲ’ର ଟିଜର ଲିକକୁ ଏକ ସପ୍ତାହ ପୁରି ନ ଥିବା ବେଳେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ବ୍ୟୟବହୁଳ ସିନେମା ‘୨.୦’ର ଟିଜର ଲିକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ଏହି ସିନୋମର ରିଲିଜ୍‌ ତାରିଖ ନେଇ ଅସୁବିଧା ରହିଥିବା ବେଳେ ବର୍ତମାନ ଟିଜର ଲିକ୍ ସିନେମାର ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ ବୋଲି ସନ୍ଦେହ କରାଯାଉଛି ।

ପାଖାପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏହା ଭାରତର ସବୁଠୁ ଦାମୀ ସିନେମା । ସିନେମାର ଦେଢ ମିନିଟ୍ ଭିତରେ ଏକ କ୍ଲିପ୍ ଲିକ୍ ହୋଇଯାଇଛି ଯାହା ଦେଖୁ ଦେଖୁ ଇଂଟରନେଟରେ ଦୃତ ବେଗରେ ଭାଇରାଲ ହୋଇଯାଇଛି । ସୋଶିଆଲ ମିଡିଆରେ ଏହାର ସେୟାରକୁ ଦେଖି ଫିଲ୍ମ ନିର୍ମାତା ଦୁଃଖ ପ୍ରକାଶ କରିଛନ୍ତି ।

ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ ଲିକ୍ ହୋଇଥିବା ଭିଡିଓର ମାଧ୍ୟମ  କ’ଣ? କିନ୍ତୁ ଏହା ଜଣା ପଡିଛି କି ଯେଉଁ ବିଦେଶି କମ୍ପାନୀର ଫିଲ୍ମ ୨.୦ ର ସ୍ପେଶାଲ ପ୍ରଭାବ ପକାଇବା ପାଇଁ  ଠିକାଦିଅଯାଇଛି , ସେହି କମ୍ପାନୀ ହିଁ ଭିଡିଓକୁ ଲିକ୍ କରିଛି ।

ଏହି ସିନେମାରେ ରଜନୀକାନ୍ତଙ୍କ ବ୍ୟତିତ ବଲିଉଡ ନାୟକ ଅକ୍ଷୟ କୁମାର ଏକ ନେଗେଟିଭ୍‌ ରୋଲ୍‌ରେ ନଜର ଆସିବେ । ରଜନୀକାନ୍ତଙ୍କ ଦୁଇ ଦୁଇଟି ଫିଲ୍ମର ଟିଜର୍‌ ଲିକ୍‌ ହୋଇଛି ।

ପଢନ୍ତୁ ;

ବିବାହରେ ‘ମୃତ୍ୟୁ ଉପହାର’ ଘଟଣା : ଏସ୍‌ପି କହିଲେ ଷଡଯନ୍ତ୍ର ପଛରେ ପ୍ରେମ ଓ ପ୍ରତିଶୋଧ