Loading...

ଚୀନ୍-ଭାରତ ସଂଘର୍ଷ ପାଇଁ ତିନି ସେନାର ମୁଖ୍ୟଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ

ଚୀନ୍-ଭାରତ ସଂଘର୍ଷ ପାଇଁ ତିନି ସେନାର ମୁଖ୍ୟଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ

ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ଠାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷ ପରେ ତିନି ସେନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ଠାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷ ପରେ ତିନି ସେନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ବୈଠକରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ସିଡିଏସ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହ୍ଵାନ, ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବିଆର୍‌ ଚୌଧୁରୀ, ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ, ଜଳସେନା ମୁଖ୍ୟ ଆଡମେରାଲ ଆର ହରି କୁମାର, ବିଦେଶ ସଚିବ ଏବଂ ପ୍ରତିରକ୍ଷା ସଚିବ ମଧ୍ୟ ସାମିଲ ରହିଛନ୍ତି। ଚୀନ ଏବଂ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଆଲୋଚନା ହେବ।


ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସେନା ପୋଷ୍ଟକୁ ହଟାଇବା ପାଇଁ ୧୫ ଦନ ପୂର୍ବରୁ ଯୋଜନା କରିଥିଲା ଚୀନ୍। ଡିସେମ୍ବର ୯ ତାରିଖରେ ପିଏଲଏର ଯୋଜନା ଉଦ୍ୟମକୁ ପଣ୍ଡ କରିଥିଲେ ଭାରତୀୟ ସେନା । ଅରୁଣାଚଳ ପ୍ରଦେଶର ତାଓ୍ଵାଙ୍ଗ ସୀମାରେ ଭାରତୀୟ ଆର୍ମି ପୋଷ୍ଟକୁ କବଜା କରିବା ପାଇଁ ଲକ୍ଷ୍ୟ ରଖିଥିଲା ଚୀନ ସୈନ୍ୟ । ଯାହା ସଫଳ ହୋଇନଥିଲା। ୧୭ ହଜାର ଫୁଟ ପାହାଡ ଉପରକୁ ୩୦୦ରୁ ଅଧିକ ସୈନ୍ୟ ଚଢି ଭାରତ ପୋଷ୍ଟ ଆଡକୁ ଆଗେଇ ଆସିଥିଲେ।


ଚୀନ୍ ସୈନିକମାନେ ଭାରତୀୟ ସେନା ଉପରକୁ ପଥର ମାଡ କରିଥିଲେ। ତେବେ ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଇଛି। ଫଳରେ ଭାରତୀୟ ସେନା ପ୍ରତିରୋଧ କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଉଭୟ ଦେଶର ଯବାନ ଆହତ ହୋଇଛନ୍ତି । ଭାରତର ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ଅଣାଯାଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.