POLITICALS

କାବେରୀ ଜଳ ବିବାଦ: ରାସ୍ତାକୁ ଓଲ୍ହାଇଲେ ରଜନୀକାନ୍ତ ଓ କମଲ୍ ହାସନ!

“କାବେରୀ ଜଳ ବିବାଦ”

କାବେରୀ ପରିଚାଳନା ବୋର୍ଡ ଗଠନରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ତା ବିରୋଧରେ ତାମିଲ ଅଭିନେତା ସ୍ଵର ଉଠାଇଛନ୍ତି। ରବିବାର ଚେନ୍ନାଇରେ ଆୟୋଜିତ ଏକ କାର୍ଯକର୍ମରେ ଅଭିନେତାରୁ ରାଜନେତା ହୋଇଥିବା ସୁପରଷ୍ଟାର ରଜନୀକାନ୍ତ ଓ କମଲ ହସନଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା।

ଏହି ସଭାରେ ତାମିଲ ଅଭିନେତା ଧନୁଷ ମଧ୍ୟ ଉପସ୍ଥିତ ଥିଲେ। କାବେରୀ ଉନ୍ନୟନ ବୋର୍ଡ ଗଠନରେ କେନ୍ଦ୍ର ସରକାର ବିଫଳ ହୋଇଥିବା ପ୍ରତିବାଦରେ ତାମିଲନାଡ଼ୁରେ ବିଭିନ୍ନ ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରୁଛନ୍ତି। କେନ୍ଦ୍ରର ଏନ୍‌ଡିଏ ସରକାର ତାମିଲନାଡ଼ୁକୁ ଅଣଦେଖା କରୁଥିବା ପ୍ରସଙ୍ଗରେ ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହେଉଥିବା ଦେଖିବାକୁ ମିଳୁଛି। ଏହି ଧାରା ବଜାୟ ରହିଲେ ୨୦୧୯ ନିର୍ବାଚନ ପାଇଁ ବିଜେପିର ରଣନୀତି ସଂପୂର୍ଣ୍ଣ ଫସର ଫାଟିବ ବୋଲି କୁହାଯାଉଛି।

ପ୍ରଥମେ ଚେନ୍ନାଇରେ ହେବାକୁ ଥିବା ଆଇପିଏଲ ମ୍ୟାଚ୍‌କୁ ବାତିଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଦାବି କରିିବା ସତ୍ତ୍ୱେ ଏହି ଦାବିକୁ ଗ୍ରହଣ କରାଯାଇ ନାହିଁ। ମ୍ୟାଚ୍‌ ସମୟରେ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳ କଳାବ୍ୟାଜ୍‌ ପରିଧାନ କରୁ ବୋଲି ରଜନୀକାନ୍ତ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନୀଙ୍କୁ ଅନୁରୋଧ କରିଛନ୍ତି।

ପଢନ୍ତୁ;ସୁପ୍ରିମକୋର୍ଟଙ୍କ ମତ: ସ୍ତ୍ରୀଙ୍କୁ ପାଖରେ ରହିବାକୁ ସ୍ଵାମୀ ବାଧ୍ୟ କରିପାରିବେ ନାହିଁ !

Related posts

ବିଜେପୁରର ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ

ENO Beuro

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା, କିଏ ରହିବେ କିଏ ଯିବେ ଏ ନେଇ ବୈଠକ

ENO Beuro

ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଗିରଫ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More