POLITICALS

ତାମିଲନାଡୁ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଦକ୍ଷିଣ ଭାରତର ଦୁଇ ବଡ କଳାକାର ରଜନୀକାନ୍ତ ଓ କମଲ ହାସନ

ତାମିଲନାଡୁ ରାଜନୀତିରେ ଦକ୍ଷିଣ ଭାରତର ଦୁଇ ବଡ କଳାକାର ରଜନୀକାନ୍ତ ଓ କମଲ ହାସନ ଓହ୍ଲାଇବାକୁ ଯାଉଛନ୍ତି ।ଏହି ଦୁଇଜଣ ତାମିଲନାଡୁରେ ହେବାକୁ ଥିବା ନିର୍ବାଚନରେ ନିଜ ପାର୍ଟିର ପ୍ରାର୍ଥୀ ଛିଡା କରିବେ । ହେଲେ ଏବେ ଯାଏ ସେ ନିଜନିଜ ପାର୍ଟିର ନାଁ ଘୋଷଣା କରିନାର୍ହାନ୍ତି । ଏକ ମାଗାଜିନରେ କମଲ ହାସନଙ୍କୁ ରାଜନୀତିରେ ରଜନୀକାନ୍ତଙ୍କ ସହ ମିଶିବା ନେଇ ପ୍ରଶ୍ନ କରି୍ଥିଲେ । ତାଙ୍କ ଉତ୍ତରରେ କମଲ ହାସନ କହିଥିଲେ ଯେ ରଜନୀକାନ୍ତଙ୍କ ସହିତ ହାତ ମିଶାଇବା ନିର୍ଣ୍ଣୟ ଏବେ ନିଆଯାଇ ନାହିଁ । ଏହାର ଉତର ସମୟ ଆସଲେ ମିଳିଯିବ । ଆମ ଦୁଇ ଜଣ ପ୍ରଥମେ ଏହା ଭାବିବା ଦରକାର କି ଆମେ ରାଜନୀତି ଗଠବନ୍ଧନ କରିପାରିବା କି ନାହିଁ ? ଏବଂ ଆମରାଜନୈତିକ ରଣନୀତି ଏହାର ଅନୁମତି ଦେଉଛି କି ନାହିଁ।

ଏହା ପରେ କମଲ ହାସନ ଯେତେବେଳେ ରଜନୀକାନ୍ତଙ୍କୁ ପ୍ରଶ୍ନ କରାଗଲା ସେ କହିଲେ କି ମୁଁ ପ୍ରଥମରୁ କହି ସାରିଛି । କେବଳ ସମୟ ହିଁ , ବିଷୟରେ କହିବ ଓ ଅନ୍ୟ କେଉଁଠୁ ପରିବର୍ତନ ହେବା ପୂର୍ବରୁ ତାମିଲନାଡୁ ସିଷ୍ଟମକୁ ପରିବର୍ତନ କରି ଠିକ୍ କରିବା ପ୍ରଥମ କାମ । ଲୋକସଭା ନିର୍ବାଚନ ଏବଂ ସ୍ଥାନୀୟ ନିର୍ବଚନରେ ସାମିଲ ହେବା ନିର୍ଣ୍ଣୟ ବି ଉଚିତ ସମୟରେ ନିଆଯିବ।

ବିଶେଷକମାନଙ୍କ ମତ ଯେ ଯଦି ଏହି ଦୁଇ କଳାକାର ରାଜନୈତିକ ଗଠବନ୍ଧନ କରନ୍ତି ତ ଏହା ଆୟନ ଓ ଦ୍ରବିଡଙ୍କ ଗଠବନ୍ଧନ ହେବ । ଦୁଇ ସମ୍ପ୍ରଦାୟ ଭିତରେ ୧୯୪୯ରେ ସିଏମ ଆନ୍ନାଦୁରାଇ ଡିଏମକେ ସ୍ଥାପନା କରି କରିଥିଲେ । ଏବଂ ୧୦୬୭ରେ ଏହା ଆହୁରୀ ନିବିଡ ହୋଇଗଲା । ଯେଉଁଠି ରଜନୀକାନ୍ତ ଆୟନ ହୋଇଥିବା ବେଳେ କମଲ ହାସନ ଦ୍ରବିଡ ଅଟନ୍ତି । ହେଲେ କେବେବି କମଲ ହାସନଙ୍କୁ ଦ୍ରାବିଡ ପାର୍ଟିମାନେ ଗ୍ରହଣ କରିନାହାନ୍ତି କାରଣ ତାଙ୍କର ଜନ୍ମ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା ବୋଲି।

ପଢନ୍ତୁ ;

ମହିଳା ମାନଙ୍କୁ ମଦ୍ୟପାନ କରୁଥିବା ଦେଖି ବହୁତ ଚିନ୍ତିତ : ଗୋଆ ମୁଖ୍ୟମନ୍ତ୍ରୀ

Related posts

୨୭ରେ ବରଗଡ ଓ ଜୟପୁର ଆସିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ 

ENO Beuro

ବୋମା ମାଡ ପରେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତଙ୍କୁ ଦେଖା କରିବାକୁ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

Ratnamani Moharana

ଆକ୍ଟର-ହେଲିକପ୍ଟର ଲଢେଇ ହେବ କେନ୍ଦ୍ରାପଡାରେ: ଅନୁଭବ ବନାମ ବୈଜୟନ୍ତ

Ratnamani Moharana

1 comment

Leave a Comment