Entertainment

ଅଡୁଆରେ ରାଜପାଲ : ରାଜପାଲ ଯାଦବଙ୍କୁ ହୋଇପାରେ ଜେଲଦଣ୍ଡ !

ହେରାଫେରି ମାମାଲାରେ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

ବଲିଉଡର ଜଣାଶୁଣା ଅଭିନେତା ରାଜପାଲ ଯାଦବଙ୍କ ବିରୁଦ୍ଧରେ ୫ କୋଟି ଟଙ୍କା ହେରାଫେରି ମାମାଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀର କଡ଼କଡ଼ଡୁମା କୋର୍ଟ ରାଜପାଲ ଯାଦବ,ତାଙ୍କ ପତ୍ନୀ ଏବଂ କମ୍ପାନୀକୁ ଶୁକ୍ରବାର ଦିନ ଦୋଷୀ ବୋଲି ଘୋଷଣା କରିଛନ୍ତି । କୋର୍ଟ ଏହି ନିଷ୍ପିତ୍ତି ଅଭିନେତା ଏବଂ ଅନ୍ୟ ଦୁଇ ଲୋକଙ୍କ ଦ୍ୱାରା ୨୦୧୦ରେ ୫ କୋଟି ଟଙ୍କାର ମୂଳ ରାଶି ଦେଇ ନଥିବାକୁ ନେଇ ହୋଇଛି ।

ସୂଚନା ଅନୁସାରେ ରାଜପାଲ ଯାଦବ ଫିଲ୍ମ ଅତାପତା ଲାପତା ନିର୍ମାଣ କରିଥିଲେ । ଯେଉଁଥିପାଇଁ ସେ ଦିଲ୍ଲୀର ଏକ ବିଜେନେସମ୍ୟାନଙ୍କ ଠାରୁ ୫ କୋଟି ଟଙ୍କା ଉଧାର ଆଣିଥିଲେ । ଫିଲ୍ମ ରିଲିଜ ହେଲା କିନ୍ତୁ ରାଜପାଲ ଯାଦବ ଟଙ୍କା ଫେରସ୍ତ କଲେ ନାହିଁ । ଏହି ମାମାଲାରେ ତାଙ୍କ ନିକଟକୁ କେତେକ ଥା ସମନ ଯାଇଥିଲେ ମଧ୍ୟ ସେ କୋର୍ଟରେ ପହଂଚିନଥିଲେ ।

କେବଳ ସେତିକିି ନୁହେଁ ତାଙ୍କ ଓକିଲ କୋର୍ଟରେ ମିଛ ଆଫିଡେବିଟ ମଧ୍ୟ ଦେଇଥିଲେ । ଏହି ପୁରା ମାମଲାରେ କୋର୍ଟ ପ୍ରାୟ ବିବ୍ରତ ଥିଲେ । ଏହି ମାମଲାରେ ହାଇ କୋର୍ଟ ୨୦୧୩ରେ ରାଜପାଲ ଯାଦବଙ୍କୁ ୧୦ ଦିନର ନ୍ୟାୟିକ କଷ୍ଟଡିରେ ନେଇଥିଲେ । ତେବେ ୨୩ ଅପ୍ରେଲରେ ଦଣ୍ଡ ଘୋଷଣା କରାଯିବ ।

ପଢନ୍ତୁ ;

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ : ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

Related posts

“ସିମ୍ବା” ସିନେମାରୁ ଆଉଟ ମାଧବନ

ENO Beuro

ପଦ୍ମାବତ ପରେ ଏବେ ମଣିକର୍ଣ୍ଣିକାକୁ ନେଇ ଉଠିଲା ବିରୋଧର ସ୍ୱର

ENO Beuro

ବାଜି ମାରିନେଲେ ଶିଳ୍ପା ସିନ୍ଦେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More