Entertainment News

ଜେଲ ଗଲେ ଅଭିନେତା ରାଜପାଲ ଯାଦବ

ବଲିଉଡ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟ ଚେକ୍ ବାଉନ୍ସ ଅଭିଯୋଗରେ ତିନି ମାସ କାଳ ଜେଲଦଣ୍ଡା ଦେଶ ଶୁଣାଇଛନ୍ତି । ତୁରନ୍ତ ତାଙ୍କୁ ପୋଲିସ ହାଜତକୁ ନେବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

rajpl

ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ରାଜପାଲ ଯାଦବ ୫ କୋଟି ଋଣ ନେଇଥିଲେ। କିନ୍ତୁ ସେ ଋଣ ପରିଶୋଧ କରି ପାରିନଥିଲେ । ଋଣ ସୁଝି ନପାରିବାରୁ ଯାହାଙ୍କ ଠାରୁ ଋଣ ନେଇଥିଲେ ସେହି ବ୍ୟକ୍ତି କୋର୍ଟର ଆଶ୍ରୟ ନେଇଥିଲେ। ତେବେ କୋର୍ଟରେ ଏହି ବର୍ଷ ବୁଝାମଣା ହୋଇଥିଲା ଯେ, ରାଜପାଳ ୧୦ କୋଟି ୪୦ ଲକ୍ଷ ଟଙ୍କା ଫେରସ୍ତ କରିବେ। କିନ୍ତୁ ଏହି ଋଣ ରାଜପାଲ ସୁଝିନପାରିବାରୁ କୋର୍ଟ ରାଜପାଳଙ୍କୁ ଜେଲକୁ ପଠାଇଦେଇଛନ୍ତି।

ଏହି କରଜ ଶୁଝିବା ପାଇଁ ରାଜପାଳ ମୁମ୍ବାଇ ଆକ୍ସିସ ବ୍ୟାଙ୍କର ଏକ ଚେକ ସେହି ବ୍ୟକ୍ତିଙ୍କୁ ଦେଇଥିଲେ। ୨୦୧୫ ମସିହା ସେପ୍ଟେମ୍ବର ମାସରେ ଏହି ଚେକ ବ୍ୟାଙ୍କରେ ଜମା କରିବାରୁ ଚେକଟି ବାଉନ୍ସ ହୋଇଯାଇଥିଲା। ଏହାପରେ ସୁରେନ୍ଦ୍ର ସିଂ ଜଣେ ଓକିଲଙ୍କ ମାଧ୍ୟମରେ ରାଜପାଲଙ୍କୁ ନୋଟିସ ପଠେଇଥିଲେ। ତଥାପି ରାଜପାଲ କରଜ ସୁଝିନଥିଲେ। ଫଳରେ ରାଜପାଲଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା।

ପଢନ୍ତୁ; ଅସିତ୍‌ ତ୍ରିପାଠୀ ହେଲେ ନୂଅା ଉନ୍ନୟନ କମିଶନର

Related posts

ଦେଢମାସ ପରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

ENO Beuro

ପୁଞ୍ଜିଲାଲଙ୍କୁ ପୁଣି ୫ ଦିନଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ENO Beuro

ଇପିଏଫ ଆକାଉଂଟଧାରୀଙ୍କ ପାଇଁ ଦୁଃସମ୍ବାଦ , ମିଳୁଥିବା ସୁଧ ଉପରେ ମଧ୍ୟ ଦେବାକୁ ପଡିବ ଟାକ୍ସ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More