• Home
  • SPORTS
  • ଆଜିଠୁ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରିଡା
SPORTS

ଆଜିଠୁ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରିଡା

୨୭୫ ସ୍ୱର୍ଣ୍ଣ, ୭୧ଟି ଦେଶ ମଧ୍ୟରେ ପ୍ରତିଯୋଗିତା

ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ଠାରେ ବୁଧବାର ଠାରୁ ଆରମ୍ଭ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ଆଗାମୀ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ପ୍ରତିଯୋଗିତାରେ ୭୧ ଦେଶ ଭାଗ ନେଇଛନ୍ତି । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨ଟାରେ ଉଦଘାଟନ ହେବାକୁ ଥିବା ଏହି ଖେଳ ମହାକୁମ୍ଭରେ ୧୯ଟି ଖେଳର ୨୭୫ଟି ଇଭେଣ୍ଟ ଅନୁଷ୍ଠିତ ହେବ ।

ଦୀର୍ଘ ଅଢ଼େଇ ଘଣ୍ଟା ଧରି ରାଜ୍ୟଗୋଷ୍ଠୀ କ୍ରୀଡ଼ଶର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ବ୍ରିଟିଶ ଶାସନାଧୀନ ରାଷ୍ଟ୍ରଗୁଡ଼ିକର ଖେଳାଳିମାନେ ଏଥିରେ ଭାଗ ନେଇ ନିଜ ନିଜ ଉତ୍କର୍ଷତା ପ୍ରତିପାଦନ କରିବାକୁ ସୁଯୋଗ ପାଇଥାନ୍ତି ।

ଭାରତରେ ୨୦୧୦ରେ ଏହି ପ୍ରତିଯୋଗିତାର ଆୟୋଜନ ହୋଇଥିବା ବେଳେ ଚଳିତ ରାଜ୍ୟଗୋଷ୍ଠୀ କ୍ରିଡାରେ ୨୭୫ଟି ସ୍ୱର୍ଣ୍ଣ ପଦକ ପାଇଁ ଖେଳାଳିମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବାକୁ ଯାଉଛି ।ଗ୍ଲାସ୍‌ଗୋରେ ଅନୁଷ୍ଠିତ ଗତ ସଂସ୍କରଣରେ ଭାରତ ୧୫ ସ୍ବର୍ଣ୍ଣ, ୩୦ ରୌପ୍ୟ ଓ ୧୯ ବ୍ରୋଞ୍ଜ ସହ ମୋଟ ୬୪ଟି ପଦକ ହାସଲ କରିଥିଲା ।

ଉଦଘାଟନୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ପ୍ରକଳ୍ପ ଓ କଳା ନିର୍ଦ୍ଦେଶକ ଡେଭିଡ଼ ଜୋଲକ୍ସେ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ବିଶ୍ୱବାସୀଙ୍କୁ ଏକ ନିଆରି ଢଙ୍ଗରେ କର୍ଯ୍ୟକ୍ରମ ଦେଖାଇବାକୁ ସେ ସଙ୍କଳ୍ପବଦ୍ଧ । ସେ ୨୦୦୪ ଏଥେନ୍ସ ଓ ୨୦୦୮ ବେଜିଂ ଅଲିମ୍ପିକ୍ସରେ ପ୍ରସ୍ତୁତି ଦେଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦଘାଟନୀ ଉତ୍ସବ ପାଇଁ ୪୦୦୦ ସ୍ୱେଚ୍ଛାସେବୀଙ୍କୁ ରଖାଯାଇଛି ।

ପି.ଭି. ସିନ୍ଧୁ, ଜିତୁ ରାଏ, ସାଇନା ନେହ୍ବାଲ, ଏମ୍‌.ସି. ମେରିକମ୍‌, ସୁଶୀଲ କୁମାର ଓ ବିନେଶ ଫୋଗଟ ନିଶ୍ଚିତ ପଦକ ହାସଲ କରିବେ ବୋଲି ସମସ୍ତଙ୍କର ଆଶା ରହିଛି । ସେହିପରି ଜିମ୍ନାଷ୍ଟ, ଟେବୁଲ ଟେନିସ ଖେଳାଳି ମଧ୍ୟ ସମସ୍ତଙ୍କୁ ଚକିତ କରି କମାଲ କରିବେ। ଏହି କ୍ରୀଡ଼ାରେ ଜାମାଇକା ତାରକା ଧାବକ ୟୋହାନ ବ୍ଲାକ୍‌, ବିଶ୍ୱ ଚାମ୍ପିୟନ ହର୍ଡଲର ସାଲି ପିୟରସନ, ବ୍ରିଟିଶ ଡାଇଭର ଟମ୍‌ ଡେଲି, ଭାରତର ମେରି କମ୍‌ ଓ ଦକ୍ଷିଣ ଆଫ୍ରିକାର କାଷ୍ଟର ସିମେନ୍ୟାଙ୍କ ଭଳି ଆନ୍ତର୍ଜାତିକ ତାରକା ଅଂଶଗ୍ରହଣ କରୁଛନ୍ତି। ତେବେ ଏହି ଆଥଲେଟ୍‌ମାନେ କ୍ରୀଡ଼ାକୁ ଆକର୍ଷଣୀୟ କରିପାରିବେ କି ନା ତାହା ଦେଖିବାକୁ ବାକି ରହିଲା।

ଆଜିଠୁ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରିଡା gold coust
ପଢନ୍ତୁ ;

ହାସ୍ୟ ଅଭିନେତା କପିଲଙ୍କୁ ଆଉ ଏକ ଝଟ୍‌କା

Related posts

ଆଉ ଏକ ପରୀକ୍ଷା ହେବ ସେଞ୍ଚୁରିଅନ୍‌ରେ ; ଭାରତ ପାଇଁ ‘କର ବା ମର’

Krishna Kumar Manoj

ନେହରାଙ୍କୁ ଭାରତର ବିଜୟ ଭେଟି, ଭାରତ ୫୩ ରନ୍‌ରେ ବିଜୟୀ

Krishna Kumar Manoj

ମହିଳା ହକି : ୩-୧ରେ ସିରିଜ ଜିତିଲା ଭାରତ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More