POLITICALS

ରାଜ୍ୟସଭା ଯିବେ ଅମର, ସସ୍ମିତ୍ ଓ ଅଶ୍ବିନୀ

Untitled 1

ଓଡ଼ିଶାର ତିନୋଟି ରାଜ୍ୟସଭା  ଆସନ ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି।  ଆଜି ସନ୍ଧ୍ୟାରେ ବିେଜଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଦଳର ଆଇଟି ସେଲ୍ ମୁଖ୍ୟ ଡ. ଅମର ପଟ୍ଟନାୟକ  ଓ ମୁଖପାତ୍ର ତଥା ସଂଖ୍ୟାଲଘୁ ସେଲ୍ ସଚିବ ଡ. ସସ୍ମିତ ପାତ୍ର   ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ପ୍ରକାଶ କରିଛନ୍ତି। ଏମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ପୂର୍ବତନ ଆଇଏଏସ୍ ଅଫିସର ତଥା ବିଜେପି ପାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ନାମ ମଧ୍ୟ ତୃତୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।

 

 

ସଂଖ୍ୟା ଦୃଷ୍ଟିରୁ ତିନି ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ। ତେବେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ରାଜନୈତିକ ମହଲ, ବିେଜଡି ଶିବିର ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସବୁ ମହଲରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ସୂଚନାନୁଯାଇ, ସମସ୍ତ ପ୍ରାର୍ଥୀ ଆସନ୍ତା ୨୪ ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଦିନ ବିଜେଡି ୧୨ ସେଟ୍ ପ୍ରାର୍ଥିପତ୍ର ନେଇଛି। ଦଳର ମୁଖପାତ୍ର ସସ୍ମିତ ପାତ୍ର  ଏହି ପ୍ରାର୍ଥିପତ୍ର ନେଇଛନ୍ତି।

ପଢନ୍ତୁ: ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ୨୨ ଟି ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

Related posts

ବୁଲେଟର ଜବାବ ବାଲାଟରେ ଦେବୁ ବୋଲି କହିଲେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ

Ratnamani Moharana

ଭାରତୀୟ ଜନତା ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକାରେ ନାହିଁ ଆଡଭାନି ଓ ଯୋଶୀଙ୍କ ନାଁ

Ratnamani Moharana

ମେନକା ଗାନ୍ଧି ହେବେ କାମଚଳା ବାଚସ୍ପତି

Ratnamani Moharana

Leave a Comment