POLITICALS

ମାୟାବତୀ- ଅଖିଳେଶ ମହାମେଂଟକୁ ବଡ ଝଟକା: ୧୦ଟି ସିଟରୁ ବିଜେପି ହାତେଇ ନେଇଛି ୯ଟି ସିଟ୍

ଯୋଗୀଙ୍କ ବଡ ବିଜୟ !

ଉତ୍ତର ପ୍ରଦେଶର ୧୦ ରାଜ୍ୟସଭା ସିଟରେ ଜାରି ନିର୍ବାଚନ ପରିଣାମରେ ବିଜେପି ୯ଟି ସିଟରେ ବିଜୟୀ ହୋଇଛି। ଏହା ସହିତ ୧୦ ନମ୍ବର ସିଟ୍ ପାଇଁ ଜାରି କଳ୍ପନା କଳ୍ପନା ସମାପ୍ତ ହୋଇଛି। ଗୋଟିଏ ପଟେ ବିଜେପି ବିରୋଧୀଙ୍କୁ ଝଟକା ଦେଇ ୮ଟି ଜାଗାରେ ୯ଟି ସିଟ୍ ହାତେଇବାରେ ସଫଳ ହୋଇଥିବା ବେଳେ ସମାଜବାଦୀ ପାର୍ଟି ଗୋଟିଏ ସିଟରେ ବିଜୟୀ ହୋଇଛି। ୟୁପିରେ ରାଜ୍ୟସଭାର ସମସ୍ତ ୧୦ଟି ସିଟର ଫଳାଫଳ ସାମ୍ନାକୁ ଆସିବା ପରେ ବସପାକୁ ଜୋରଦାର ଝଟକା ଲାଗିଛି।

ମାୟାବତୀଙ୍କ ବହୁଜନ ସମାଜ ପାର୍ଟିର କିଛି ବିଧାୟକ କ୍ରସ ଭୋଟିଂ କରିଥିବା ଖୋଲାଖୋଲି କହିଛନ୍ତି । ଯାହା ବିଜେପିକୁ ଫାଇଦା ଦେଇଛି । ତେବେ ଗୋଟିଏ ଆସନରେ ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ ବିଜୟୀ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗରେ ମମତାଙ୍କ ତୃଣମୂଳ କଂଗ୍ରେସ ୪ଟି ଆସନରେ ବିଜୟଲାଭ କରିଥିବାବେଳେ ଗୋଟିଏ ଆସନରେ କଂଗ୍ରେସ ନେତା ଅଭିଶେକ ମନୁ ସିଙ୍ଗଭି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ୟୁପିର ୧୦ ରାଜ୍ୟସଭା ସିଟରେ ବିଜେପି ପକ୍ଷରୁ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସମେତ ଜିଭିଏଲ ନରସିମହା ରାଓ, ଅନିଲ ଜୈନ, କାନ୍ତା କର୍ଦମ, ବିଜୟ ପାଲ ତୋମର, ଡଃ ଅଶୋକ ବାଜପେୟୀ, ସକଲଦୀପ ରାଜଭର, ହରନାଥ ସିଂହ ଯାଦବ, ଅନିଲ ଅଗ୍ରଓ୍ଵାଲ ବିଜୟୀ ହୋଇଛନ୍ତି। ଅନ୍ୟ ପଟେ ଲମ୍ବା ସମୟ ପର୍ୟ୍ୟନ୍ତ ଚାଲିଥିବା କଳ୍ପନାଜଳ୍ପନା ପରେ ଶେଷରେ ବିଏସପି ନିଜର ପ୍ରାର୍ଥୀ ଭୀମରାଓ ଆମ୍ବେଦକରଙ୍କୁ ଜିତାଇବାରେ ସଫଳ ହୋଇ ନାହିଁ। ବିଜେପିର ୯ ନମ୍ବର ପ୍ରାର୍ଥୀ ଅନିଲ ଅଗ୍ରଓ୍ଵାଲ ଆମ୍ବେଦକରଙ୍କୁ ପରାସ୍ତ କରିଛନ୍ତି। ଫଳାଫଳରୁ ସ୍ପଷ୍ଟ ଯେ ଏଥିରେ ଜୋରଦାର କ୍ରସ ଭୋଟିଂ ହୋଇଛି।

ପଢନ୍ତୁ; ବ୍ୟବସାୟୀଙ୍କ ବିରୋଧରେ ଦୁର୍ଷ୍କମ ଅଭିଯୋଗ ଆଣିଲେ ଜିନତ ଅମାନ!

Related posts

ବାରଣାସୀରୁ ମୋଦିଙ୍କ ବିପକ୍ଷରେ ଲଢ଼ିବେ ଶାଳିନୀ ଯାଦବ

ବିଜେପି ଛାଡିଲେ ଦିଲ୍ଲୀପ ରାୟ

ENO Beuro

ଆଜି ବିଜେପିରେ ସାମିଲ ହେଲେ ବଳଭଦ୍ର ମାଝି

ENO Beuro

1 comment

Leave a Comment