News

ସଂରକ୍ଷଣ ବିଲ୍ ପାସ୍,ଲୋକସଭା ପରେ ରାଜ୍ୟସଭାରେ ଗୃହୀତ

bill

ଲୋକସଭା ପରେ ରାଜ୍ୟସଭାରେ ଗୃହୀତ ହେଲା ସଂରକ୍ଷଣ ବିଲ୍। ଗତକାଲି ରାଜ୍ୟସଭାରେ ଉପସ୍ଥାପନ ହେବ ସାଧାରଣ ବର୍ଗର ଗରିବଙ୍କ ଲାଗି ଆଗତ ସଂରକ୍ଷଣ ବିଲ୍ । ଗତକାଲି ଏହି ବିଲ୍ ଲୋକସଭାରେ ଆଗତ ହେବା ସହିତ ପାରିତ ମଧ୍ୟ ହୋଇଛି । ସରକାର ସମ୍ବିଧାନରେ ୧୨୪ତମ ସଂଶୋଧନ ବିଲ୍ ପାସ୍ କରିଛନ୍ତି। ଏହି ପ୍ରସଙ୍ଗରେ ଦୀର୍ଘ ସମୟ ଧରି ପୁଙ୍ଖାନୁପୁଙ୍ଖ ଭାବରେ ଅଲୋଚନା ହେବା ପରେ ଭୋଟିଂ ହୋଇଥିଲା। ଭୋଟିଂରେ ମୋଟ ୩୨୬ ସାଂସଦ ଅଂଶଗ୍ରହଣ କରିଥିଲେ ।

bill

ଏହି ବିଲ୍ ପାରିତ ହେବା ପରେ ସବର୍ଣ୍ଣ ବର୍ଗର ଆର୍ଥିକ ଗରିବ ଲୋକ ଉଭୟ ଉଚ୍ଚ ଶିକ୍ଷା ଓ ସରକାରୀ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ପାଇପାରିବେ । ଏହି ବିଲ ପାରିତ ହେବା ପୂର୍ବରୁ ରାଜ୍ୟ ସଭାରେ ଜୋରଦାର ବିତର୍କ ଦେଖିବାକୁ ମିଳିଥିଲା । ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ ପାରିତ ହେବା ପରେ  ରାଜ୍ୟସଭାରେ ଆଗତ ହୋଇଥିଲା । ବିଜେଡି ଏହି ବିଲକୁ ସମର୍ଥନ କରିଥିବା ବେଳେ ସମାଜବାଦୀ ପାର୍ଟି ଓ ବହୁଜନସମାଜବାଦୀ ପାର୍ଟି ପ୍ରମୁଖ ଦଳ ଏହି ବିଲକୁ ସମର୍ଥନ ଜଣାଇଛନ୍ତି । କିନ୍ତୁ ବିଲ୍ ଆଗତର ସମୟକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ପଢନ୍ତୁ; ୩୧ରୁ ବଜେଟ ଅଧିବେଶନ,ଫେବୃୟାରୀ ୧ରେ ଅନ୍ତିରୀଣ ବଜେଟ

Related posts

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ପଛରେ ଅଧ୍ୟାପକ!

ENO Beuro

ଶପଥ ନେଲେ ୧୧୦ ଜଣ ସିଭିଲ ଜଜ୍‌

ENO Beuro

ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ENO Beuro

Leave a Comment