News

ରାଜ୍ୟ ସଭାରେ ମିଳିଲା ସାନ୍ତାଳୀ ଭାଷାକୁ ମାନ୍ୟତା

ଓଡିଶାବାସୀଙ୍କ ପାଇଁ ଆନନ୍ଦର କଥା। ରାଜ୍ୟସଭାରେ ସାନ୍ତାଳୀ ଭାଷାର ମାନ୍ୟତା ମିଳିଛି। ରାଜ୍ୟସଭାର ସାଂସଦ ମାନେ ଏବେ ଏହି ସାନ୍ତିଳୀ ଭାଷାରେ ତାଙ୍କର ମତ ଉପସ୍ଥାପନା କରି ପାରିବେ ବୋଲି ସଚିବାଳୟ ପକ୍ଷରୁ ସୂଚନା ମିଳିଛି।

ଏହା ସହିତ ଅନ୍ୟ ୪ଟି ଭାଷାକୁ ମଧ୍ୟ ମାନ୍ୟତା ଦିଆଯାଇଛି । ଏଣିକି ରାଜ୍ୟ ସଭାରେ ସାନ୍ତାଳୀ ଭାଷାରେ ଏମ୍‌ପିମାନେ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିପାରିବେ। ଏନେଇ ରାଜ୍ୟ ସଭା ସଚିବାଳୟ ପକ୍ଷରୁ ଗ୍ରହଣ କରାଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ରାଜ୍ୟ ସଭାର ବିଭିନ୍ନ ଆଲୋଚନା ଏବେ ସାନ୍ତାଳୀ ଭାଷାରେ ଅନୁବାଦ ହେବା ସହିତ ଡୋଗ୍ରୀ, କୋଙ୍କଣୀ, କାଶ୍ମୀର ଏବଂ ସିନ୍ଧି ଭାଷାରେ ମଧ୍ୟ ଅନୁବାଦ କରାଯିବ।

ସୂଚନାଯୋଗ୍ୟା,ଏହି ୫ଟି ଭାଷାର ସାଙ୍ଗେ ସାଙ୍ଗେ ଅନୁବାଦ କରିବାକୁ ରାଜ୍ୟସଭା ସେକ୍ରେଟାରିଏଟ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଆସନ୍ତା ମୌସୁମୀ ଅଧିବେଶନଠାରୁ ସାଂସଦମାନେ ସମ୍ବିଧାନର ଅଷ୍ଟମ ସିଡ୍ୟୁଲରେ ଥିବା ୨୨ଟି ଭାଷାରୁ ଯେକୌଣସି ଭାଷା ବ୍ୟବହାର କରିପାରିବେ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କହିଛନ୍ତି। ଆଗରୁ ୧୨ ଟି ଭାଷାର ଅନୁବାଦ ପାଇଁ ବ୍ୟବସ୍ଥା ଥିଲା।

ପଢନ୍ତୁ; ବଲିଉଡରେ ପାଦ ରଖିବେ ମହମ୍ମଦ ସାମିଙ୍କ ପତ୍ନୀ ହସିନ୍‌ ଜାହାଁ

Related posts

ଖଲିସ୍ତାନୀ ଆତଙ୍କବାଦୀକୁ ରାତ୍ରିଭୋଜନ ପାଇଁ ଡାକି ବିବାଦରେ କାନାଡା ଦୂତାବାସ

ENO Beuro

ପରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

ENO Beuro

ଗଂଜାମ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ENO Beuro

Leave a Comment