• Home
  • News
  • ଓଡ଼ିଆରେ ରାଜ୍ୟସଭାରେ ଶପଥ ପାଠ କଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ!
News

ଓଡ଼ିଆରେ ରାଜ୍ୟସଭାରେ ଶପଥ ପାଠ କଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ!

ରାଜ୍ୟସଭାରେ ଶପଥ ପାଠ କଲେ ତିନି ଓଡିଆ

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ। ଗତକାଲି ଓଡ଼ିଶାର ୩ ସାଂସଦ ଦିଲ୍ଲୀପ ତିର୍କୀ, ଅନଙ୍ଗ ଉଦୟ ସିଂହଦେଓ ଓ ଏ ଭି ସ୍ୱାମୀଙ୍କର ରାଜ୍ୟସଭା କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି।

ସଂଖ୍ୟା ଦୃଷ୍ଟିରୁ ବିଜେଡି ହାତକୁ ତିନୋଟି ଯାକ ଆସନ ଯିବା ନିଶ୍ଚିତ ଥିବାରୁ ଅନ୍ୟ କୈାଣସି ଦଳ ପ୍ରାର୍ଥୀ ଦେଇନଥିଲେ । ଫଳରେ ବିଜେଡିର ତିନି ଜଣ ଯାକ ପ୍ରାର୍ଥୀ ସୈାମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ବିନା କୈାଣସି ପ୍ରତିଦ୍ୱନ୍ଦ୍ୱିତାରେ ବାଜିମାତ୍ କରିଥିଲେ।

ଆଜି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ନୂତନ ସଭ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ପ୍ରଥମେ କର୍ଣ୍ଣାଟକର ଦୁଇଜଣ ସଦସ୍ୟ କନ୍ନଡ଼ ଗଭାଷାରେ ଶପଥ ନେବା ପରେ ଓଡିିଶାରୁ ରାଜ୍ୟସଭାକୁ ନିର୍ବାଚିତ ପ୍ରଶାନ୍ତ ନନ୍ଦ ଶପଥ ଗ୍ରହଣ କରିଥିଲେ। ଶ୍ରୀ ନନ୍ଦ ଓଡ଼ିଆରେ ଶପଥ ନେବା ପରେ ସୌମ୍ୟରଞ୍ଜନ ପଟ୍ଟନାୟକ ଶପଥ ଗ୍ରହଣ କରିଥିଲେ। ଶ୍ରୀ ପଟ୍ଟନାୟକ ଓଡ଼ିଆରେ ଶପଥ ନେଇଥିଲେ। ପରେ ଅଚ୍ୟୁତାନନ୍ଦ ସାମନ୍ତ ମଧ୍ୟ ଓଡ଼ିିଆରେ ଶପଥ ନେଇଥିଲେ। ଓଡ଼ିିଆରେ ଓଡ଼ିଶାର ରାଜ୍ୟସଭା ସଦସ୍ୟମାନେ ଶପଥ ନେବା ବେଳେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁ ‘ ଓଡ଼ିଆ, ବଢ଼ିଆ’ କହିବା ସହିତ ଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟସଭାକୁ ସ୍ୱାଗତ କରି ‘ କଂଗ୍ରାଚୁଲେସନ୍‌’ ବୋଲି କହିଥିଲେ।

ଓଡ଼ିଆରେ ରାଜ୍ୟସଭାରେ ଶପଥ ପାଠ କଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ! rajya sabha

ପଢନ୍ତୁ; ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା,ଅପରାହ୍ଣରେ ବୈଠକ!

Related posts

ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟ୍‌ସ୍କି, ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ଙ୍କ ସୂଚନା

Krishna Kumar Manoj

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲା ଚଳନ୍ତା ବସ୍

Krishna Kumar Manoj

ଓୟୁଏଟି ଫାର୍ମ ହାଉସରେ ପଶିଲା ଦନ୍ତାହାତୀ ! ହାତୀକୁ ଘଉଡାଇବା ପାଇଁ ବନବିଭାଗର ଉଦ୍ୟମ ଆରମ୍ଭ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More