Entertainment

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?

rakhi

ପଂଚକୁଲାର ସେକ୍ଟର ୩ ସ୍ଥିତ ତାଉ ଦେବୀ ଲାଲ ଖେଳ ପରିସରରେ ଆୟୋଜିତ ସିଡବ୍ଲୁଇର ଆନୁକୂଲ୍ୟରେ ରେସଲିଙ୍ଗର ବଡ ଫାଇଟରେ ଅଭିନେତ୍ରି ରାକ୍ଷୀ ସାୱନ୍ତ ଜଣେ ବିଦେଶୀ ମହିଳା ରେସଲରଙ୍କୁ ଚ୍ୟାଲେଂଜ ଦେବା ପଡିଲା ମହଙ୍ଗା ।

ମହିଳା ରେସଲର ରୋବେଲ ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡି ଦେଇଥିଲେ । ଫଳରେ ରାକ୍ଷୀ ଆଘାତ ପାଇଛନ୍ତି । ପ୍ରାୟ ୫ରୁ ୮ ମିନିଟ୍ ପର୍ଯ୍ୟନ୍ତ ରାକ୍ଷୀ ସେଠାରେ ପଡି ରହିଥିଲେ।କିଛି ସମୟ ପରେ ରାକ୍ଷୀ ଆଘାତ ପାଇଥିବା ଚାମ୍ପିୟନସିପର କର୍ମକର୍ତ୍ତା ଜାଣିବା ପରେ ରାକ୍ଷୀଙ୍କୁ ବାହାରକୁ ଆଣିଥିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

rakhi

ସୂଚନାଯୋଗ୍ୟ,ମହିଳା କୁସ୍ତି ଯୋଦ୍ଧା ରୋବେଲ୍‌ ରିଙ୍ଗ୍‌ ମଧ୍ୟ ପଞ୍ଚକୁଲାରେ ପହଞ୍ଚିବା ପରେ ତାଙ୍କର ସମ୍ମୁଖୀନ ହେବା ପାଇଁ ସେ ପଞ୍ଚକୁଲାର ମହିଳାମାନଙ୍କୁ ଆହ୍ୱାନ କରିଥିଲେ। ରୋବେଲ୍‌ ଚ୍ୟାଲେଞ୍ଜ୍‌ କରି କହିଥିଲେ ଯେ, “ଯଦି ପଞ୍ଚକୁଲାର କୌଣସି ମହିଳା ମଧ୍ୟରେ ଶକ୍ତି ଅଛି, ତେବେ ସେ ମୋ ସହିତ ଆସି କୁସ୍ତି କରନ୍ତୁ।

ରୋବେଲ୍‌ଙ୍କ ଆହ୍ୱାନକୁ ସ୍ୱୀକାର କରି ରାକ୍ଷୀ ମଇଦାନକୁ ଡେଇଁ ପଡିଥିଲେ। ରାକ୍ଷୀ ପ୍ରଥମେ ରୋବେଲ୍‌ଙ୍କ ପାଖରେ ଡ୍ୟାନ୍ସ୍‌ର ଚାଲେଞ୍ଜ୍‌ ରଖିଥିଲେ। ଚାଲେଞ୍ଜ୍‌ ଅନୁସାରେ ରୋବେଲ୍‌ ଗୋଟିଏ ଗୀତରେ ରାକ୍ଷୀଙ୍କ ସହିତ ନାଚିଥିଲେ। କିନ୍ତୁ ତୁରନ୍ତ ଗୀତ ସରିବା ପରେ ରୋବେଲ୍‌ ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡ଼ି ଦେଇଥିଲେ।

22

ପଢନ୍ତୁ; ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

Related posts

ରିଲ ଲାଇଫ ‘ରାଧାକୃଷ୍ଣ’ ସୁମେଧ ଏବଂ ମଲ୍ଲିକା ଏବେ ରିୟଲ୍ ଲାଇଫରେ କରୁଛନ୍ତି ଡେଟ୍

Ratnamani Moharana

‘ଭାରତ’ ଫିଲ୍ମରେ ପ୍ରିୟଙ୍କାଙ୍କ ବଦଳରେ ନଜର ଆସିବେ ଏହି ନାୟିକା

ENO Beuro

ପାଟଣାଗଡ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ ବୁଲେଟ୍ ରାଜା ‘ ର ପ୍ରେସ୍ ମିଟ୍

ENO Beuro

Leave a Comment