Entertainment

ଶ୍ରୀଦେବୀଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ରାକୁଲ ପ୍ରୀତ

look

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଟି. ରାମା ରାଓଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ଚାଲିଛି ଏକ ଚଳଚିତ୍ର। ସାଉଥ ସୁପରଷ୍ଟାର ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଏନଟିଆରଙ୍କ ବାୟୋପିକରେ ଶ୍ରୀଦେବୀଙ୍କ ଭୂମିକାରେ ନଜର ଆସିବେ ରକୁଲ ପ୍ରିତ । ୧୦ ଅକ୍ଟୋବର ରକୁଲ ପ୍ରିତ ନିଜ ଜନ୍ମଦିନରେ ସୋସିଆଲ ମିଡିଆରେ ନିଜର ପ୍ରଥମ ଲୁକକୁ ସେୟାର କରିଛନ୍ତି।

look

ଏନ୍‌ଟିଆର୍‌ଙ୍କ ବାୟୋପିକ୍‌ରେ ନିଜ ଭୂମିକା ସମ୍ପର୍କରେ ଏକ ସାକ୍ଷାତ୍‌କାରରେ ରାକୁଲ କହିଛନ୍ତି, ଏପର୍ଯ୍ୟନ୍ତ ଯାହାକିଛି ଚରିତ୍ରରେ ଅଭିନୟ କରିଛନ୍ତି ସେ ସବୁଠୁ ଏହି ଚରିତ୍ର ଭିନ୍ନ ଏବଂ ଚ୍ୟାଲେଞ୍ଜ୍‌ ଭରା। କାରଣ ଶ୍ରୀଦେବୀ ହେଉଛନ୍ତି ଜଣେ କିମ୍ବଦନ୍ତୀ କଳାକାର। ତାଙ୍କୁ କୋଟି କୋଟି ସିନେପ୍ରେମୀ ଭଲ ପାଉଥିଲେ ଏବଂ ପାଉଛନ୍ତି। ସେ ନିଜେ ମଧ୍ୟ ଶ୍ରୀଦେବୀଙ୍କ ବଡ଼ ଫ୍ୟାନ୍‌ ଏବଂ ବଲିଉଡ୍‌ର ମହାନାୟିକାଙ୍କ ଚରିତ୍ର ପରଦାରେ ରୂପାନ୍ତରିତ କରିବା ତାଙ୍କ ପାଇଁ ଦାୟିତ୍ୱର ବିଷୟ। ନିର୍ମାତା, ନିର୍ଦ୍ଦେଶକ ତାଙ୍କ ଉପରେ ଯେଉଁ ବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ପୂର୍ଣ୍ଣ କରିପାରିବେ ବୋଲି ରାକୁଲ୍‌ ଆଶା ରଖିଛନ୍ତି।

ଫିଲ୍ମରେ ସେ ୨୦ ମିନିଟ୍‌ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଉଥିବା ଜଣାପଡ଼ିଛି । ଏହି ଫିଲ୍ମରେ ତାଙ୍କର ୨୦ ମିନିଟ୍‌ର ଦୃଶ୍ୟ ରହିଥିବା ବେଳେ କିଛି ଦିନ ତଳେ ଫିଲ୍ମରେ ଥିବା ତାଙ୍କ ଶ୍ରୀଦେବୀ ଲୁକ୍‌କୁ ରିଲିଜ୍‌ ମଧ୍ୟ କରାଯାଇଥିଲା।

ସୂଚନାଯୋଗ୍ୟ, ଫିଲ୍ମରେ ଅଭିନେତ୍ରୀ ରକୁଲଙ୍କ ସମେତ ବିଦ୍ୟା ବାଲାନ ମଧ୍ୟ ନଜର ଆସିବେ । ବିଦ୍ୟା ଫିଲ୍ମରେ ଏନଟିଆରଙ୍କ ପତ୍ନୀଙ୍କ ଭୂମିକାରେ ନ ଜର ଆସିବେ । ଏହି ଫିଲ୍ମ ଜରିଆରେ ବିଦ୍ୟା ବାଲାନ ଟଲିଉଡ ଫିଲ୍ମରେ ଡେବ୍ୟୁ କରିବେ।

ପଢନ୍ତୁ;ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ

Related posts

କେଉଁ କାରଣରୁ କରଣଙ୍କ ସିନେମାକୁ ପ୍ରତ୍ୟାଖ୍ୟାନ କଲେ ପ୍ରଭାସ , ଜାଣନ୍ତୁ କାରଣ କ’ଣ ?

ENO Beuro

ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ଧମକ

ENO Beuro

୫୧ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍‌!

ENO Beuro

Leave a Comment