Loading...

ପୋଷା କୁକୁର ପାଇଁ ୪୧ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବେ ରାମଚରଣ

ପୋଷା କୁକୁର ପାଇଁ ୪୧ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବେ ରାମଚରଣ

ଆର୍‌.ଆର୍‌.ଆର୍‌ ଅଭିନେତା ରାମଚରଣଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଯେ ରାମଚରଣ କୁଆଡେ ୪୧ ଦିନ ଯାଏଁ ବ୍ରହ୍ମଚର୍ଯ୍ୟ ପାଳନ କରିବେ।

ଆର୍‌.ଆର୍‌.ଆର୍‌ ଅଭିନେତା ରାମଚରଣଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଯେ ରାମଚରଣ କୁଆଡେ ୪୧ ଦିନ ଯାଏଁ ବ୍ରହ୍ମଚର୍ଯ୍ୟ ପାଳନ କରିବେ। ସବରୀମାଲା ଅୟପ୍ପାଙ୍କୁ ମାନୁଥିବା ରାମଚରଣ ଯେତେବେଳେ ବି ସମ୍ଭବ ହୁଏ ୪୧ ଦିନିଆ ଦୀକ୍ଷା ପାଳନ କରିଥାନ୍ତି। କିଛି ଦିନ ହେଲା ସେ ଆର୍‌ଆର୍‌ଆର୍‌ର ପ୍ରଚାରରେ ବ୍ୟସ୍ତ ଥିବାରୁ ଫିଲ୍ମ ରିଲିଜ୍‌ ପରେ ଏହି ଦୀକ୍ଷା ଆରମ୍ଭ କରିଛନ୍ତି।

ନିକଟରେ ରାମଚରଣ ଏକ ଇଣ୍ଟରଭ୍ୟୁରେ କହିଥିଲେ- ମୁଁ ପୂର୍ବରୁ ହିଁ ମୋର ଏକ ପୋଷା କୁକୁରକୁ ହରାଇ ସାରିଛି। ସେ ଯିବା ପରେ ମୁଁ ବହୁତ ଦୁଃଖୀ ହୋଇଯାଇଛି। ଏଣୁ ମୋ ସ୍ତ୍ରୀ ଉପାସନା ମୋତେ ଏକ କୁକୁର ଉପହାର ଦେଇଥିଲେ। ମୁଁ ତା’ ନାଁ ପୁଣି ଥରେ ବ୍ରାଟ୍‌ ରଖିଛି। ଏବେ ବ୍ରାଟ୍‌ର ମଧ୍ୟ ଗୋଡ଼ ଭାଙ୍ଗିଯାଇଛି।

 ଏଥିପାଇଁ ମୁଁ ତା’ ପାଇଁ ମାନସିକ ରଖିଛି, ଯେପର୍ଯ୍ୟନ୍ତ ସେ ସୁସ୍ଥ ହୋଇ ଦୌଡ଼ିନାହିଁ, ସେବେ ଯାଏଁ ମୁଁ ଆମିଷ ଖାଇବି ନାହିଁ। ଏକ ସୂତ୍ରରୁ ଜଣାପଡ଼ିଛି ଯେ ରାମଚରଣଙ୍କର ଯିଏ ବି ତାଙ୍କର କୌଣସି ପ୍ରିୟଜନ କିଛି ଅସୁବିଧାରେ ପଡ଼ିଥାନ୍ତି, ଅଭିନେତା ସବୁବେଳେ ଏମିତି ମାନସିକ କରିଥାନ୍ତି।

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.