POLITICALS

ପଞ୍ଚଭୂତରେ ଲୀନ ହେଲା ଜେଠମଲାନିଙ୍କ ପାର୍ଥିବ ଶରୀର

Untitled 1

ପରଲୋକରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀ । ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି ।କାଲି ସଂଧ୍ୟାରେ ଦିଲ୍ଲୀ ଲୋଧି ରୋଡ୍ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୯୫ ବର୍ଷ ବୟସରେ ଆଜି ସକାଳେ ତାଙ୍କ ପରଲୋକ ହୋଇଥିଲା। ଜେଠମଲାନିଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଦେଶର ଖ୍ୟାତନାମା ଆଇନଜୀବୀ ତଥା ପୂର୍ବ ଆଇନମନ୍ତ୍ରୀ ରାମ ଜେଠମଲାନୀ ତାଙ୍କର ନିର୍ଭିକ ବୟାନ  ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିଲେ ।

୧୯୨୩ ମସିହା ସେପ୍ଟେମ୍ବର ୧୪ ତାରିଖରେ ସିନ୍ଧ ପ୍ରାନ୍ତର ସିକରପୁରରେ ଜନ୍ମିତ ରାମ ବୁଲନ୍ଦଚନ୍ଦ ଜେଠମଲାନୀ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଟ୍ରାଏଲ୍‌ କୋର୍ଟରେ ବହୁ ଐତିହାସିକ ମାମଲା ଲଢ଼ି ଜିତାପଟ ହାସଲ କରିଛନ୍ତି। ମାତ୍ର ୧୮ ବର୍ଷ ବୟସରେ ସେ ଓକିଲାତି ଆରମ୍ଭ କରିଥିଲେ। ୨୦୧୦ ମସିହାରେ ତାଙ୍କୁ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ସେ ମୁମ୍ବାଇରୁ ବିଜେପି ଟିକେଟ୍‌ରେ ୬ଷ୍ଠ ଓ ୭ମ ଲୋକସଭାର ସଂସଦ ଭାବେ ଦୁଇଥର ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ। ପରେ ୨୦୦୪ ମସିହାରେ ସେ ବାଜପେୟୀଙ୍କ ବିପକ୍ଷରେ ଲକ୍ଷ୍ମୌରୁ ନିର୍ବାଚନୀ ମଇଦାନ୍‌କୁ ଓହ୍ଲାଇଥିଲେ।

ପଢନ୍ତୁ: ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର କାରଣ କହିଲେ ଓଡ଼ିଆ ବୈଜ୍ଞାନିକ

Related posts

ଧାରା ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ସାଥ୍‌ ଦେଉନାହାନ୍ତି ଦୁନିଆର କୌଣସି ଦେଶ

Ratnamani Moharana

ଦୁର୍ନୀତି ଅଭିଯୋଗରେ ୧୨ ଅଧିକାରୀଙ୍କୁ ତଡିଦେଲେ ମୋଦି

Ratnamani Moharana

ଭାରତୀୟ ଜନତା ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକାରେ ନାହିଁ ଆଡଭାନି ଓ ଯୋଶୀଙ୍କ ନାଁ

Ratnamani Moharana

1 comment

ନିୟମକୁ ଖୁଲମଖୁଲା ଉଲ୍ଲଂଘନ କଲେ ଅତିରିକ୍ତ ଆର୍‌ଟିଓ September 9, 2019 at 12:02 pm

[…] ପଞ୍ଚଭୂତରେ ଲୀନ ହେଲା ଜେଠମଲାନିଙ୍କ ପାର୍ଥ… […]

Leave a Comment