News

ପୁଣି ଘୁଞ୍ଚିଲା ଅଯୋଧ୍ୟା ଶୁଣାଣୀ, ଖଣ୍ଡପୀଠରୁ ଓହରିଗଲେ ଜଷ୍ଟିସ୍‌ ଲଳିତ

sc

ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣୀକୁ ପୁଣି ଘୁଞ୍ଚାଇ ଦିଆଯାଇଛି। ଖଣ୍ଡପୀଠକୁ ନେଇ ସମସ୍ୟା ଉପୁଜିବାରୁ ପରବର୍ତ୍ତୀ ଶୁଣାଣି ଜାନୁଆରି ୨୯ରେ ହେବ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଛନ୍ତି। ଶୁଣାଣି ପାଇଁ ଗଠିତ ସମ୍ବିଧାନ ପୀଠରେ ସାମିଲ ବିଚାରପତି ୟୁ.ୟୁ ଲଳିତ ଆଜି ଏଥିରୁ ଓହରି ଯାଇଛନ୍ତି। ଫଳରେ ଶୁଣାଣି ଟଳିବା ସହ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇଛି। ତେବେ ୨୯ ପୂର୍ବରୁ ନୂଆ ଖଣ୍ଡପୀଠ ସଂପର୍କରେ ଘୋଷଣା ହେବ ବୋଲି ଜଣାପଡ଼ିଛି।

sc

ସୂଚନାଯୋଗ୍ୟ, ଗୁରୁବାର ମୁସଲମାନ ପକ୍ଷଙ୍କ ଓକିଲ ରାଜୀବ ଧଓ୍ୱନ କହିଥିଲେ କି, ଖଣ୍ଡପୀଠରେ ଥିବା ଜଷ୍ଟିସ୍ ୟୁ ୟୁ ଲଳିତ 1994ରେ କଲ୍ୟାଣ ସିଂହଙ୍କ ପକ୍ଷରୁ କୋର୍ଟକୁ ଆସିଥିଲେ । ପରେ ପରେ ରାଜୀବ ଧଓ୍ୱନ ଦୁଃଖ ପ୍ରକାଶ କରି କହିଥିଲେ ଯେ, କୌଣସି ପ୍ରଶ୍ନ ଉଠାଇବା ଉଦ୍ଦେଶ୍ୟରେ ନୁହେଁ ବରଂ କୋର୍ଟଙ୍କୁ ତଥ୍ୟ ଦେବାକୁ ଏପରି ସେ କହିଛନ୍ତି ବୋଲି ସ୍ପଷ୍ଟ କରିଥିଲେ।

ଏହିକ୍ରମରେ ୫ଜଣ ବିଚାରପତି କିଛି ସମୟ ପରସ୍ପର ମଧ୍ୟରେ ଆଲୋଚନା କରିବା ପରେ ଜଷ୍ଟିସ୍ ୟୁ ୟୁ ଲଳିତ ନିଜକୁ ଏହି ଖଣ୍ଡପୀଠରୁ ବାଦ୍ ଦେଇ ଓହରି ଆସିଲେ । ପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏନେଇ ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି କରିବେ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ।

ପଢନ୍ତୁ; ଅଭ୍ୟାସ ବଦଳାନ୍ତୁ, ଜାଣନ୍ତୁ ଖାଦ୍ୟ ଖାଇବା ମଧ୍ୟରେ ପାଣି ପିଇଲେ କଣ ହୋଇଥାଏ

Related posts

ଲଘୁଚାପରେ ପରିଣତ ଘୂର୍ଣ୍ଣିବଳୟ, ରାଜ୍ୟରେ ୨୫ଯାଏଁ ହେବ ପ୍ରବଳ ବର୍ଷା

Ratnamani Moharana

ପାକିସ୍ତାନ ସିନେମାଘରେ କୌଣସି ଭାରତୀୟ ଫିଲ୍ମ ପ୍ରସାରଣ ହୋଇପାରିବ ନାହିଁ: ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ

ENO Beuro

ଜିସାଟ୍-୨୯ ଉପଗ୍ରହର ସଫଳ ପ୍ରେରଣ

ENO Beuro

Leave a Comment