News

ଦିନକୁ ପାରିଶ୍ରମିକ ବାବଦକୁ ୨୦ ଟଙ୍କା ପାଇଁ ଚାଷ କରୁଛନ୍ତି ଗୁରମିତ ରାମ ରହିମ ସିଂହ

ଦିନକୁ ପାରିଶ୍ରମିକ ବାବଦକୁ ୨୦ ଟଙ୍କା ପାଇଁ ଚାଷ କରୁଛନ୍ତି ଗୁରମିତ ରାମ ରହିମ ସିଂହ

ଦିନକୁ ପାରିଶ୍ରମିକ ବାବଦକୁ ୨୦ ଟଙ୍କା ପାଇଁ ଚାଷ କରୁଛନ୍ତି  ଗୁରମିତ ରାମ ରହିମ ସିଂହ । ଡେରା ସଚ୍ଚା ସୌଦା ଗୁରମିତ ରାମ ରହିମ ସିଂହ ଏବେ ରୋହତକ ଜେଲରେ ସଜା ଭୋଗୁଛନ୍ତି ।  ୨ଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ୨୦ବର୍ଷ ଜେଲଦଣ୍ଡର ଶୁଣାଣି କରିଥିଲେ। ଜେଲ୍ ପ୍ରଶାସନ ପକ୍ଷରୁ ରାମ ରହିମ ଙ୍କୁ ପରିବା ଚାଷ କାମ ମିଳିଛି ।  ଦିନକୁ ୮ ଘଣ୍ଟା ପାରିଶ୍ରମିକ ବାବଦକୁ ରାମ ରହିମଙ୍କୁ ୨୦ଟଙ୍କା ଲେଖାଏଁ ମିଳୁଛି ।

ସୂଚନାନୁସାରେ,  ରାମ ରହିମଙ୍କୁ ଜେଲରେ କୌଣସି ଭିଆଇପି ସୁବିଧା ଦିଆଯାଉ ନାହିଁ। ସେ ଅନ୍ୟ କଏଦୀମାନଙ୍କ ଭଳି ସାଧାରଣ ଭାବେ ରହୁଛନ୍ତି। ଖାଲି କଠୋରୀରେ ରାମ ରହିମଙ୍କୁ ଏକ ପଲଙ୍କ ହିଁ ଦିଆଯାଇଛି। ଜେଲର କୌଣସି ମହିଳା କର୍ମଚାରୀଙ୍କୁ ଗୁରମିତ ରାମ ରହିମଙ୍କ ସେଲ ପାଖକୁ ଯିବା ପାଇଁ ଅନୁମତି ନାହିଁ।

ହରିଆଣାର ଜେଲ୍ ବିଭାଗ ଡିଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି,“ରାମ ରହିମ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ଜେଲ୍ ପ୍ରଶାସନ ପକ୍ଷରୁ ତାଙ୍କୁ ଚାଷବାସ କାମ ଦିଆଯାଇଛି। ସେ ଦୈନିକ ୨୦ ଟଙ୍କା ପାରିଶ୍ରମିକରେ କାମ କରୁଛନ୍ତି। ସେ ଜେଲ୍‌ରେ ଜଣେ ସାଧାରଣ କଏଦୀଙ୍କ ଭଳି ରହୁଛନ୍ତି । ତାଙ୍କର ବ୍ୟବହାର ଜଣେ ଅନୁଶାସିତ କଏଦୀଙ୍କ ଭଳି ରହିଛି।”

ଆଗରୁ ନିଜ ଆଶ୍ରମରେ ମଧ୍ୟ ଚାଷ କାମ କରୁଥିଲେ ରାମ ରହୀମ ଓ ସେଥିପାଇଁ ତାଙ୍କର କୃଷି ଜ୍ଞାନ ଅଛି ।  ଆଶ୍ରମରେ ଚାଷ କରୁଥିବା ପରିବାକୁ  ଭକ୍ତ ମାନଙ୍କୁ ଖୁବ ଚଢା ଦରରେ ବିକ୍ରି କରୁଥିଲେ । ବାବାଙ୍କ ଆଶ୍ରମ ପରିବାରୁ ତିଆରି ଆଚାରର ଦାମ କେଜି ପ୍ରତି ଥିଲା ଏକ ଲକ୍ଷ ଟଙ୍କା । ବାବାଙ୍କ ଗୋଟିଏ ଲଙ୍କାର ଦାମ ଥିଲା ଏକ ହଜାର ଟଙ୍କା । ବାବାଙ୍କ ଅମୃତଭଣ୍ଡାର ଦାମ ଥିଲା ୫ ହଜାର ଟଙ୍କା । ଦୁଇଟି ବିଲାତି ବାଇଗଣ ପାଇଁ ବାବା ନେଉଥିଲେ ୨୦୦୦ ଟଙ୍କା । ବାବାଙ୍କ ୫ଟି ମଟରଛୁଇଁର ଦାମ ଥିଲା ଏକ ହଜାର ଟଙ୍କା । ଆଶ୍ରମରେ ଚାଷ କରି ମାଲାମାଲ ହୋଇଥିବା ରାମରହିମ ଏବେ ଜେଲ ଭିତରେ କରୁଛନ୍ତି ଚାଷ କାମ ।

ଦିନକୁ ପାରିଶ୍ରମିକ ବାବଦକୁ ୨୦ ଟଙ୍କା ପାଇଁ ଚାଷ କରୁଛନ୍ତି  ଗୁରମିତ ରାମ ରହିମ ସିଂହ

Related posts

Odisha CM Naveen Patnaik Flags Off 2nd Biju Patnaik Himalayan Expedition Programme

ENO Beuro

ମୋଦିଙ୍କ ଦ୍ଵିତୀୟ ଇନିଙ୍ଗ୍ସ ଆରମ୍ଭ: ମୋଦିଙ୍କ ସମେତ ଶପଥ ନେଲେ ୫୭ ମନ୍ତ୍ରୀ

Ratnamani Moharana

୨୦ଟି ନୂଆ ଏମ୍ସ ପ୍ରତିଷ୍ଠା ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

1 comment

Leave a Comment