Loading...

ଆସନ୍ତାକାଲିଠୁ ରମଜାନ ପାଳିବେ ମୁସଲମାନ ସମ୍ପ୍ରଦାୟ

ଆସନ୍ତାକାଲିଠୁ ରମଜାନ ପାଳିବେ ମୁସଲମାନ ସମ୍ପ୍ରଦାୟ

ଆଜିଠୁ ଆରମ୍ଭ ହେଉଛି ରମଜାନ୍‌ ମାସ କିନ୍ତୁ ମୁସ୍‌ଲିମ୍ ବିଧି ଅନୁସାରେ ବୁଧବାର ଥିଲା ଶାବାନ ମାସର ୨୯ତମ ଦିନ। ଦିନରେ ଚନ୍ଦ୍ର ଦୃଷ୍ଟି ଗୋଚର ହୋଇଥିଲେ, ବୁଧବାର ରାତିରେ ତରାବି ନମାଜ ପାଠ କରାଯାଇ ଆଜି (ଗୁରୁବାର)ଠାରୁ ରମ୍‌ଜାନ ଆରମ୍ଭ ହୋଇଥାନ୍ତା।

ଆଜିଠୁ ଆରମ୍ଭ ହେଉଛି ରମଜାନ୍‌ ମାସ କିନ୍ତୁ ମୁସ୍‌ଲିମ୍ ବିଧି ଅନୁସାରେ ବୁଧବାର ଥିଲା ଶାବାନ ମାସର ୨୯ତମ ଦିନ। ଦିନରେ ଚନ୍ଦ୍ର ଦୃଷ୍ଟି ଗୋଚର ହୋଇଥିଲେ, ବୁଧବାର ରାତିରେ ତରାବି ନମାଜ ପାଠ କରାଯାଇ ଆଜି (ଗୁରୁବାର)ଠାରୁ ରମ୍‌ଜାନ ଆରମ୍ଭ ହୋଇଥାନ୍ତା। କିନ୍ତୁ ପ୍ରତିକୂଳ ପାଗ ପାଇଁ ବୁଧବାର ଦିନ ‌କେଉଁଠି ବି ଚନ୍ଦ୍ର ଦେଖାଯାଇ ନଥିଲେ। ତେଣୁ ଆଜି(ଗୁରୁବାର) ଚନ୍ଦ୍ର ଦୃଷ୍ଟି ଗୋଚର ନହେଲେ ମଧ୍ୟ ଗୁରୁବାର ରାତିରେ ତରାବି ନମାଜ ପାଠ କରାଯିବ ଓ ଶୁକ୍ରବାରଠାରୁ ରମଜାନ୍‌ (ଉପାସ) ମାସ ଆରମ୍ଭ ହେବ ବୋଲି କହିଛନ୍ତି ମୁସଲମାନ ସଂପ୍ରଦାୟର ମୁଖ୍ୟ।  

ସୂଚନାଯୋଗ୍ୟ, ପ୍ରତିବର୍ଷ ଏହି ପବିତ୍ର ମାସକୁ ଅପେକ୍ଷା କରି ରହିଥାନ୍ତି ମୁସଲମାନ୍‌ ସଂପ୍ରଦାୟର ଭାଇ, ଭଉଣୀ। ୩୦ ଦିନ ଯାକ ସମସ୍ତେ କାଷ୍ଠା ଉପବାସ ରଖିଥାନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ସେୟରୀ ତଥା ଖାଦ୍ୟ ଖାଇ ଉପବାସ ରଖନ୍ତି। ସୂର୍ଯ୍ୟାସ୍ତ ପରେ ଇଫ୍‌ତାରୀ ଖାଇ ପୁଣି ଉପବାସ ଭାଙ୍ଗିଥାନ୍ତି। ପୁରା ୩୦ ଦିନ ରୋଜା ରଖିବା ସହ ସ୍ୱତନ୍ତ୍ର ନମାଜ ପାଠ ହୋଇଥାଏ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.