EnewsOdia.Com

ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ

ରେଳବାଇ ପକ୍ଷରୁ ଦିଲ୍ଲୀରୁ ମାର୍ଚ୍ଚ ୨୮ ତାରିଖରୁ ଶ୍ରୀ ରାମାୟଣ ଏକ୍ସପ୍ରେସ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନରେ ମୋଟ ୧୦ଟି ବଗି ରହିବ। ଏଥିମଧ୍ୟରୁ ୫ଟି ନନ୍-ଏସି ସ୍ଲିପର କ୍ଲାସ ଓ ୫ଟି ୩ ଟାୟର ଏସି କୋଚ ରହିବ ବୋଲି ଜଣାଯାଇଛି। ପ୍ରଥମେ ଯିଏ ବୁକିଂ କରିବେ, ତାଙ୍କୁ ଏଥିରେ ଆଗେ ସ୍ଥାନ ମିଳିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ଏଥିରେ ଯେଉଁ ସ୍ଥାନକୁ ନେବା ଲାଗି ବସର ବ୍ୟବସ୍ଥା ରହିବ ସେଥିଲାଗି ଯାତ୍ରୀଙ୍କୁ ଅତିରିକ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ିବ ନାହିଁ।  ଯାତ୍ରୀମାନଙ୍କୁ ବିନା ପିଆଜ ରସୁଣର ନିରାମିଷ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ଏଥିରେ ଯେଉଁମାନେ ଯାତ୍ରା କରିବାକୁ ଆଗ୍ରହୀ ସେମାନେ ଦିଲ୍ଲୀର ସଫଦରଜଙ୍ଗ, ଗାଜିଆବାଦ, ମୋରଦାବାଦ, ବରେଲୀ ଓ ଲକ୍ଷ୍ନୌରୁ ଟ୍ରେନ ଧରିପାରିବେ। ୧୬ଟି ରାତି ଓ ୧୭ଦିନିଆ ଟୁରରେ ଶ୍ରଦ୍ଧାଳୁମାନେ ଦେଶରେ ଥିବା ଭଗବାନ ରାମଙ୍କ ସହ ଜଡ଼ିତ ସମସ୍ତ ପର୍ଯ୍ୟଟନସ୍ଥଳୀର ଦର୍ଶନ କରିପାରିବେ। ଏଥିଲାଗି ସ୍ଲିପର୍ କ୍ଲାସ୍ ଲାଗି ଟିକେଟର ମୂଲ୍ୟ ୧୬,୦୬୫ ଓ ଏସି ପାଇଁ ୨୬, ୭୭୫ ଟଙ୍କା ରହିଥିବା ଜଣାଯାଇଛି।

ପଢନ୍ତୁ: ପଟିଆ ବିଗ୍ ବଜାରକୁ ସିଲ୍ କଲା ବିଏମ୍‌ସି

ସମ୍ବନ୍ଧିତ ଖବର

୨୦୨୦ରେ ଭାରତର ଚନ୍ଦ୍ରଯାନ-୩ ଅଭିଯାନ

Ratnamani Maharana

ହୀରାରେ ମୋଦିଙ୍କ ଚିତ୍ର ଆଙ୍କିଲେ ଯୁବକ

Ratnamani Maharana

ଖୁସିରେ ଆଇସକ୍ରୀମ୍ ଖାଇଲେ ଡୋନାଲ୍‌ଡ ଟ୍ରମ୍ପ

Ratnamani Maharana

ରାୟପୁରରେ ଆୟୋଜିତ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଢୋଲ ବଜାଇ ନାଚିଲେ ରାହୁଲ

Ratnamani Maharana

ନୂଆ ବର୍ଷରୁ ଶସ୍ତା ହେବ ଟିଭି ଦେଖା

Ratnamani Maharana

ଜୈବିକ ଚାଷ କରୁଛନ୍ତି ଧୋନି

Ratnamani Maharana