News

ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ ! କହିଲେ, ମୋ ବିରୋଧରେ କରାଯାଉଛି ଷଡଯନ୍ତ୍ର

ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟର ଦ୍ଵାରସ୍ଥ ହେଲେ ବାବାରାମଦେବ

ନିକଟରେ ବାବା ରାମଦେବଙ୍କ ଇ-କମର୍ସ ତଥା ଅନଲାଇନ ବଜାରରେ ଧମାକାଦାର ଏଂଟ୍ରି ମାରିବା ପରେ ଏବେ ଯୋଗଗୁରୁଙ୍କ ବିରୋଧରେ ଆସିଛି ଅପମିଶ୍ରଣ ଭଳି ଏକ ସଙ୍ଗୀନ ଅଭିଯୋଗ । ରାଜସ୍ଥାନରେ ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ ହେବା ପରେ ଯୋଗଗୁରୁ ଏନେଇ ହାଇକୋର୍ଟରେ ନିଜର ପକ୍ଷ ରଖିଛନ୍ତି । ଯାହାକୁ ଆଧାର କରି ହାଇକୋର୍ଟ ଉଭୟ ଅଭିଯୋଗକାରୀ ଏବଂ ରାଜ୍ୟ ସରକାରଙ୍କ ନିକଟକୁ ଏକ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି ।

ସୂଚନା ମୁତାବକ ଏସକେ. ସିଂହ ନାମକ ଜଣେ ବ୍ୟକ୍ତି ପତଞ୍ଜଳୀ ପ୍ରୋଡକ୍ଟ ସହିତ ଜଡ଼ିତ ବିସ୍କୁଟିରେ ମଇଦା ମିଶ୍ରଣ ହେଉଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ଏସକେ. ସିଂହ ପକ୍ଷରୁ କୁହାଯାଇଛି ଯେ ,ପତଞ୍ଜଳୀର ବିସ୍କୁଟରେ ମଇଦା ମିଶ୍ରଣ କରାଯାଉନଥିବା ଦାବି କରାଯାଏ। ମାତ୍ର ଏହାକୁ ଯେବେ ଲ୍ୟାବରେ ଯାଞ୍ଚ କରାଗଲା ଏଥିରେ ଅନ୍ୟ ପଦାର୍ଥର ମିଶ୍ରଣ ହେଉଥିବା ଜାଣିବାକୁ ମିଳିଲା। ଏହି ମାମଲାରେ ଏସକେ. ସିଂହଙ୍କ ପକ୍ଷରୁ ଜୟପୁରର ଜାଲୁପୁରା ଥାନାରେ ପତଞ୍ଜଳୀ ସହିତ ଜଡ଼ିତ ବାବା ରାମଦେବ ଏବଂ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରାଯାଇଛି।

ଏହା ଉପରେ ବାବା ରାମଦେବ ପକ୍ଷରୁ ହାଇକୋର୍ଟରେ ଯାଚିକା ଦାୟର କରି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ଏତଲାକୁ ରଦ୍ଦ କରିବାକୁ ଦାବି କରାଯାଇଛି। ବାବା ରାମଦେବ ଯାଚିକାରେ କହିଛନ୍ତି ଯେ ପୁରା ମାମଲା ଖାଦ୍ୟ ସୁରକ୍ଷା ସହିତ ଜଡ଼ିତ। ଏମିତିରେ ଏହାର ଅଭିଯୋଗ ସମ୍ବନ୍ଧିତ ବିଭାଗରେ କରାଯାଇ ପାରିବ। ଏହା ସହିତ ଯାଚିକାକର୍ତ୍ତା ପକ୍ଷରୁ ଏଫଆଇଆର ରୁଜୁ କରି ପତଞ୍ଜଳୀ ଉତ୍ପାଦର ବିଶ୍ଵସନୀୟତା ଉପରେ ପ୍ରଶ୍ନ କରାଯାଇଛି।

ଏହା ଉପରେ ଶୁଣାଣି କରି ହାଇକୋର୍ଟ ଯାଚିକାକର୍ତ୍ତା ଏସକେ.ସିଂହ ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୦ରେ ହେବ।

ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ ! କହିଲେ, ମୋ ବିରୋଧରେ କରାଯାଉଛି ଷଡଯନ୍ତ୍ର ramdev

ପଢନ୍ତୁ ;

ଖରାଦିନେ ଘିମିରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

Related posts

ଫ୍ରାନ୍ସର ରାଷ୍ଟ୍ରପତି ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା, ସ୍ଵାକ୍ଷରିତ ହେଲା ୧୪ଟି ଚୁକ୍ତିନାମା

ENO Beuro

ପାଞ୍ଚକୋଟି ଛୁଇଁଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା

ENO Beuro

ସୁପରସୋନିକ ମିସାଇଲ ‘ବ୍ରୋହ୍ମସ’ର ସଫଳ ପରୀକ୍ଷଣ!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More