News

ଏମ୍ସ ଗଲେ ରାମଦେବଙ୍କ ଘନିଷ୍ଠ ବନ୍ଧୁ ବାଳକୃଷ୍ଣ

Balakrushna

ଯୋଗ ଗୁରୁ ବାବା ରାମଦେବଙ୍କ ଘନିଷ୍ଠ ସହଯୋଗୀ ତଥା ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଲକ୍ରିଷ୍ଣା  ଆଜି ଅପରାହ୍ଣରେ ହଠାତ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ ଉତ୍ତରାଖଣ୍ଡର ଋଷିକେଶ ସ୍ଥିତ ଏମସ୍‌ରେ ଭର୍ତ୍ତି କରାଯାଇଛି। ବଳାକୃଷ୍ଣ ପତଞ୍ଜଳି ଫେଜ୍-୧ ସ୍ଥିତ କାର୍ଯ୍ୟାଳୟରେ ଥିବାବେଳେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ।ସେ ମୁଣ୍ଡ ବୁଲାଉଥିବା ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିବା ପରେ ତାଙ୍କୁ ପ୍ରଥମେ ହରିଦ୍ୱାରର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାକାର ଡାକ୍ତରମାନେ ତାଙ୍କୁ ଉତ୍ତରାଖଣ୍ଡର ଏମ୍ସ ପଠାଇ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଯୋଗ ଗୁରୁ ବାବା ରାମଦେବଙ୍କ ଘନିଷ୍ଠ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ମୂଳତଃ ହେଉଛନ୍ତି ଜଣେ ନେପାଳୀ। ସେ ଯୋଗଗୁରୁ ରାମଦେବଙ୍କ ସହ ମିଶି ପ୍ରଥମେ ୧୯୯୫ରେ ହରିଦ୍ୱାର ଠାରେ ଦିବ୍ୟ ଯୋଗ ଫାର୍ମାସିର ପ୍ରତିଷ୍ଠା କରିଥିଲେ ପରବର୍ତ୍ତୀ ସମୟରେ ୨୦୦୬ରେ ରାମଦେବଙ୍କ ସହ ମିଶି ସେ ପ୍ରତିଷ୍ଠା କରିଥିଲେ ପତଞ୍ଜଳି ଆୟୁର୍ବେଦ। ୨୦୦୬ରେ ପ୍ରତିଷ୍ଠିତ ପତଞ୍ଜଳି ଆର୍ୟୁବେଦ ଆଜି ବିଶ୍ୱର ଅନ୍ୟତମ ପ୍ରମୁଖ କମ୍ପାନୀରେ ପରିଣତ ହୋଇଛି। ଏହି କମ୍ପାନୀର ବ୍ରାଣ୍ଡ ଆମ୍ବସଡର ରାମଦେବ ଏହାର ପ୍ରଚାର କରୁଥିବାବେଳେ ତାଙ୍କ ନାମରେ କିଛି ମଧ୍ୟ ଶେୟାର ନାହିଁ। ବାଳକୃଷ୍ଣ ଏହି କମ୍ପାନୀର ୯୮.୬% ଶେୟାର ନିଜ ପାଖରେ ରଖିଛନ୍ତି।

ପଢନ୍ତୁ: ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି, ‘ଅର୍ଡର ଅଫ୍ ଜାଏଦ’ରେ ହେବେ ସମ୍ମାନିତ

Related posts

ଆଜି ରାତିରୁ ବନ୍ଦ ହେବ ଜେଟ ଏୟାରୱେଜ୍

Ratnamani Moharana

ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର

ENO Beuro

ସେପ୍ଟେମ୍ବର ୧୪ରେ ପୃଥିବୀ ସହ ଧକ୍କା ଖାଇପାରେ କ୍ଷୁଦ୍ରଗ୍ରହ, ହୋଇପାରେ ମହାପ୍ରଳୟ !!

Ratnamani Moharana