News

ଆଜିଠୁ ପବିତ୍ର ରମଜାନ ମାସ ଆରମ୍ଭ

ଆଜିଠୁ ରମଜାନ ମାସ ଆରମ୍ଭ ହୋଇଛି। ଆଜି ରାତିରେ ଦିଲ୍ଲୀ ଜାମା ମସଜିଦ୍‌ ପକ୍ଷରୁ ଜାରି ବିବୃତିରେ ଏହି ସୂଚନା ଦିଆଯାଇଛି। କୁହାଯାଇଛି ଯେ ଦିଲ୍ଲୀ, ଚେନ୍ନାଇ ଏବଂ ସୁରତରେ ଆଜି ରମଜାନ ଚାନ୍ଦ ଦେଖାଯାଇଛି। ଆଜି ରାତିରେ ପ୍ରଥମ ତରାବୀ ନମାଜ କରାଯିବା। ଇସଲାମିକ କ୍ୟାଲେଣ୍ଡରରେ ଏହି ମାସକୁ ପବିତ୍ର ବୋଲି କୁହାଯାଏ।

ରୋଜା ରଖିବାର ନିୟମ-

ରୋଜା ରଖିଥିବାବେଳେ ସାରା ଦିନ କିଛି ବି ଖାଆନ୍ତି ନାହିଁ ଏବଂ ଖୁଦାଙ୍କୁ ଉପାସନା କରନ୍ତି। ରୋଜା ସବୁ ମୁସଲମାନଙ୍କ ପାଇଁ ଏକ ଗୁରୁ ଦାୟିତ୍ୱ। ରମଜାନର ଶେଷ ରୋଜା ସବୁଠୁ ଅଧିକ ସମୟର ହୋଇଥାଏ। ଯାହାର ଅବଧି ୧୫ଘଣ୍ଟା ୪୨ ମିନିଟ ହୋଇଥାଏ । ସବୁ ରୋଜାର ଅବଧି ୧୫ ଘଣ୍ଟା ୧୫ ମିନିଟ୍ ରୁ ନେଇ ୧୫ଘଣ୍ଟା ୪୨ ମିନିଟ ମଧ୍ୟରେ ରହିଥାଏ।

ଏଥର ରମଜାନରେ ଚବିଶ ଘଣ୍ଟା ମଧ୍ୟରୁ ରୋଜାଧାରୀ ୧୬ ଘଣ୍ଟା ଧରି ଖାଦ୍ୟ ଏବଂ ଜଳ ଗ୍ରହଣ କରିବେନାହିଁ ।ରମଜାନରେ ଶେଷ ଜୁମା ଅତି ମହତ୍ୱପୂର୍ଣ୍ଣ । ଆଗାମୀ ରମଜାନରେ ଅଲବିଦାର ରୋଜା ୯୩୯ କିମ୍ବା ୯୪୨ ମିନିଟର ହୋଇପାରେ । ୧୭ ମେରୁ ରମଜାନ ଆରମ୍ଭ ହେଲେ ଅଲବିଦା ୮ କିମ୍ବା ୧୫ ଜୁନରେ ପଡିପାରେ।

ଆଜିଠୁ ପବିତ୍ର ରମଜାନ ମାସ ଆରମ୍ଭ ramjan

ପଢନ୍ତୁ; ଘିମିରି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

Related posts

ଜିଏସ୍‌ଟି ଉପରେ ନୂତନ ପଦକ୍ଷେପ, ୨୭ଟି ସାମଗ୍ରୀ ଉପରେ ଟିକସ କମ

Krishna Kumar Manoj

ମହିଳାଙ୍କୁ ଅସଦାଚରଣ,ପୁଣି ଗିରଫ ହେଲେ ଶୁଭଙ୍କର

Krishna Kumar Manoj

ପ୍ରସିଦ୍ଧ ପଞ୍ଜାବୀ ଗାୟକ ପରମିଶ ବର୍ମାଙ୍କୁ ଗୁଳି କଲେ କିଛି ଅଜ୍ଞାତ ବ୍ୟକ୍ତି!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More