News

ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜୀବନ ଜେଲ୍‌

ଦୁଇ ଦୁଇଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତ୍ମଘୋଷିତ ବାବା ରାମପାଲଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ମଙ୍ଗଳବାର ଦ୍ୱିପହରେ ମାମଲାର ନିଷ୍ପତି ଶୁଣାଇ କୋର୍ଟ ରାମପାଲକୁ ଦଣ୍ଡ ଶୁଣାଇଛନ୍ତି । ରାମପାଲକୁ ୪ ମହିଳା ଓ ଜଣେ ବାଳିକାକୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ହରିଆଣା ହିସାରରେ ୨୦୧୪ରେ ଘଟିଥିବା ହିଂସାକାଣ୍ଡ ଓ ହତ୍ୟା ମାମଲାରେ ରାମପାଲଙ୍କ ସମେତ ୧୪ ଜଣ ସମର୍ଥକ ଓ ଅନ୍ୟ ଏକ ମାମଲାରେ ରାମପାଲଙ୍କ ସମେତ ୧୩ ସହଯୋଗୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

ram

ହିସାରାର ଏକ ସ୍ୱତନ୍ତ୍ର ଅଦାଲତରେ ରାମପାଲ ସମେତ ତାର ୨୬ ଜଣ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଦଣ୍ଡର ଶୁଣାଣୀକୁ ଦେଖି ଜେଲର ଚର୍ତୁପାଶ୍ୱର୍ର ସୁରକ୍ଷାକୁ ବଢାଇ ଦିଆଯାଇଛି।

ସୂଚନାଯୋଗ୍ୟ ରାମପାଲଙ୍କୁ ଆଜୀବନ କାରାଦଣ୍ଡ ସହିତ ରାମପାଲ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଯାଇଛି ।

ପଢନ୍ତୁ;ଅଫିସିଆଲ ସଙ୍ଗୀତ ଭିଡିଓରେ ଶାହରୁଖ୍‍ଙ୍କୁ ଶିଖାଇଲେ ରେହମାନ

Related posts

କୁଆଖାଇ ମର୍ଡର : ଖୋଲିଲା ବହୁ ଚର୍ଚ୍ଚିତ ଉନ୍ମୟ ପାଢୀଙ୍କ ହତ୍ୟା ରହସ୍ୟ !

ENO Beuro

Female Bear “Mili” Died In Odisha’s Nandankanan Zoological Park

ENO Beuro

ରେଳ ଯାତ୍ରୀ ଙ୍କ ପାଇଁ ନୂଆ ନିୟମ, ଯାତ୍ରୀମାନଙ୍କର ଶୋଇବା ସମୟରୁ ୧ ଘଣ୍ଟା କଟିଲା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More