ଆଉ ଥରେ ଦୀପିକା ରଣବୀର ଏକାଠି 

ଏକାଠି ନଜର ଆସିବେ ଏକ ଶୋ’ ଷ୍ଟପରରେ

ପୁଣି ଥରେ ବଲିଉଡର ବହୁ ଚର୍ଚିତ ଯୋଡି ରନବୀର କପୁର ଓ ଦୀପିକା ପାଦୁକୋନଙ୍କୁ ଏକାଠି ଦେଖିବାକୁ ମିଳିବ ଏକ ଶୋ’ ଷ୍ଟପରରେ । ମନିଷ ମାଲୋହୋତ୍ରଙ୍କ ଦ୍ଵାରା ଆୟୋଜିତ ଏକ ପାଣ୍ଠି ସଂଗ୍ରହ ଫ୍ୟାସନ ଶୋରେ ଏହି ଯୋଡି ଉପସ୍ଥିତ ରହିବେ । ସାମାଜିକ ପରିବର୍ତ୍ତନ ପାଇଁ କିଛି କରୁଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ରଣବୀର କପୁର ।

ଦୀର୍ଘ ତିନି ବର୍ଷ ପରେ ରଣବୀର ଓ ଦୀପିକାଙ୍କ ଯୋଡି ଦର୍ଶକଙ୍କ ସାମ୍ନାକୁ ଆସିଛି । ତାହା ପୁଣି ବିଗ ସ୍କ୍ରିନରେ ନୁହଁ , କିନ୍ତୁ ରନୱେରେ । ଆସନ୍ତା ୬ ଏପ୍ରିଲରେ ଏହି ଶୋ ‘ ଦ ୱାକ୍ ଅଫ ମିଜୱାନ୍ ‘ ଅନୁଷ୍ଠିତ ହେବ । ଏହା  ମିଜୱାନ୍ ୱେଲଫେୟାର ସୋସାଇଟି ଦ୍ଵାରା ଆୟୋଜିତ ଏକ ବାର୍ଷିକ ଫଣ୍ଡ ସଂଗ୍ରହ ଫ୍ୟାସଣ ସୋ ।

ଉଭୟ ଷ୍ଟାରଙ୍କ ରୋମାନ୍ସ କାହାଣୀ ବଲିଉଡରେ ଖୁବ ଚର୍ଚ୍ଚାରେ ରହିବା ପରେ ୨ ବର୍ଷ ପରେ ୨୦୦୯ରେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ମାତ୍ର ବନ୍ଧୁତା ରହିଥିଲା । ୨୦୧୩ରେ ଦୁଇ ଷ୍ଟାରଙ୍କ ଫିଲ୍ମ ‘ ଯେ ଜୱାନି ହେ ଦିୱାନି ‘ ରିଲିଜ ହୋଇଥିଲା ।

ଉତ୍ତର ପ୍ରଦେଶର ମିଜୱାନ୍ ୱେଲଫେୟାର ସୋସାଇଟିରେ ବାଲ୍ୟ ବିଭାହ ପ୍ରଥାକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ‘ ମୁଁ ଏହା ପୂର୍ବରୁ ବହୁବାର ରାମ୍ପରେ ଚାଲିଛି । କିନ୍ତୁ ଏହି ଶୋ ଅନ୍ୟଠାରୁ ସମ୍ପୂର୍ଣ ଭିନ୍ନ ବୋଲି ଦୀପିକା କହିଛନ୍ତି । ରଣବୀର କହିଛନ୍ତି ଶୋରୁ ସଂଗ୍ରହ ପାଣ୍ଠି ଗ୍ରାମାଞ୍ଚଳରେ ଥିବା ଝିଅମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରାଯିବ ।


ପଢନ୍ତୁ ;

ଯୋଧପୁର ଜେଲରେ ସଲମାନ ହେଲେ କଏଦୀ ନମ୍ବର ୧୦୬ , ଆଜି ହେବ ସଲମାନଙ୍କ ଜାମିନ ଆବେଦନର ଶୁଣାଣି

ପୁଣି ଥରେ ବଲିଉଡର ବହୁ ଚର୍ଚିତ ଯୋଡି ରନବୀର କପୁର ଓ ଦୀପିକା ପାଦୁକୋନଙ୍କୁ ଏକାଠି ଦେଖିବାକୁ ମିଳିବ ଏକ ଶୋ' ଷ୍ଟପରରେ - 90%

90%

ମନିଷ ମାଲୋହୋତ୍ରଙ୍କ ଦ୍ଵାରା ଆୟୋଜିତ ଏକ ପାଣ୍ଠି ସଂଗ୍ରହ ଫ୍ୟାସନ ଶୋରେ ଏହି ଯୋଡି ଉପସ୍ଥିତ ରହିବେ - 91%

91%
90.5%

Excellent!

ଆଉ ଥରେ ଦୀପିକା ରଣବୀର ଏକାଠି 

ପୁଣି ଥରେ ବଲିଉଡର ବହୁ ଚର୍ଚିତ ଯୋଡି ରନବୀର କପୁର ଓ ଦୀପିକା ପାଦୁକୋନଙ୍କୁ ଏକାଠି ଦେଖିବାକୁ ମିଳିବ ଏକ ଶୋ' ଷ୍ଟପରରେ । ମନିଷ ମାଲୋହୋତ୍ରଙ୍କ ଦ୍ଵାରା ଆୟୋଜିତ ଏକ ପାଣ୍ଠି ସଂଗ୍ରହ ଫ୍ୟାସନ ଶୋରେ ଏହି ଯୋଡି ଉପସ୍ଥିତ ରହିବେ । ସାମାଜିକ ପରିବର୍ତ୍ତନ ପାଇଁ କିଛି କରୁଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ରଣବୀର କପୁର ।

No Votes Yet

You're not rated yet