Entertainment

ସୋନମଙ୍କ ରିସେପ୍ସନରେ ଆଲିୟା ଓ ରଣବୀର ଏକାଠି ନଜର ଆସିଲେ !

ପ୍ରଥମ ଥର ପାଇଁ ଏକ ୱେଡିଂ ସେରିମୋନୀରେ ଏକାଠି ନଜର ଆସିଲେ ଆଲିୟା ଓ ରଣବୀର

ସୋନମ କପୁରଙ୍କ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କ ସହ ବାହାଘର ସରିଛି । ମଙ୍ଗଳବାର ରାତି ମୁମ୍ବାଇର ୫ଷ୍ଟାର ହୋଟେଲ ଲୀଲାରେ ୱେଡିଙ୍ଗ୍ ରିସେପ୍ସନ ଆୟୋଜନ କରାଯାଇଥିଲା । ଏହି ଅବସରରେ ଅନେକ ବଲିଉଡ ଷ୍ଟାର୍ସ ସାମିଲ ହୋଇଥିଲେ ।  ପାର୍ଟିରେ ସମସ୍ତେ ସୁନ୍ଦର ଦେଖାଯାଉଥିଲେ କିନ୍ତୁ ରଣବୀର-ଆଲିୟାଙ୍କ ଏଣ୍ଟ୍ରି ପରେ ସମସ୍ତେ ନଜର କେବଳ ସେମାନଙ୍କ ଉପରେ ଅଟକି ଯାଇଥିଲା ।

ସୋନମଙ୍କ ରିସେପ୍ସନ ପାର୍ଟିରେ ଆଲିୟା ଭଟ୍ଟ ଏବଂ ରଣବୀର କପୁରଙ୍କୁ ଏକାଠି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଉଭୟଙ୍କୁ ଏକାଠି ପହଁଚିବା ଦେଖି ତାଙ୍କ ଆଫାୟାର୍ସ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାପୂର୍ବରୁ ଅନେକ ଥର ଆଲିୟା-ରଣବୀରଙ୍କୁ ଏକାଠି ସ୍ପଟ କରାଯାଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ଏକ ୱେଡିଂ ସେରିମୋନୀରେ ଏକାଠି ଆସି ପହଁଚିଥିଲେ ଏହି ରୁମର ଲଭ-ବାର୍ଡ ।

ତେବେ ଗତ ସପ୍ତାହରେ ବି ଦୁହେଁ ଏକାଠି ଡିନର ଡେଟରେ ନଜର ଆସିଥିଲେ । ପ୍ରାୟ ସମୟରେ ଏକାଠି ସ୍ପଟ ହେଉଥିବାରୁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ବି ବେଶ ଚର୍ଚ୍ଚା ହେଉଛି ବଲିଉଡରେ ।

ପଢନ୍ତୁ ;

କ’ଣ କହେ ଆପଣଙ୍କ ରୋଷେଇ ଘରର ବାସ୍ତୁ ଜାଣନ୍ତୁ ?

Related posts

ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଏହି ମହିଳା!

ENO Beuro

ବିରାଟ-ଅନୁଷ୍କାଙ୍କ ପରେ ଲଣ୍ଡନରେ ବାହା ହେବେ ବଲିଉଡର ଏହି ଅଭିନେତ୍ରୀ

ENO Beuro

ରୁଷୀୟ ପ୍ରେମିକଙ୍କୁ ବିବାହ କରିବେ ଶ୍ରେୟା

ENO Beuro

Leave a Comment