• Home
  • Entertainment
  • ଆଲିଆଙ୍କୁ ଡେଟ୍‌ କରୁଛନ୍ତି କି ରଣବୀର କପୁର ?
Entertainment

ଆଲିଆଙ୍କୁ ଡେଟ୍‌ କରୁଛନ୍ତି କି ରଣବୀର କପୁର ?

ଆଲିଆ ଓ ରଣବୀରଙ୍କ ପ୍ରେମ ସଂପର୍କ

ବଲିଉଡ଼ର  ହିରୋଇନ୍‌ ଆଲିଆ ଭଟ୍ଟ ଏବେ ରଣବୀର କପୁରଙ୍କୁ ଡ଼େଟ୍‌ କରୁଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଦୁହିଁଙ୍କ ମିଳାମିଶାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଲୋକେ କହିବା ଆରମ୍ଭ କଲେଣି । କାଟ୍ରିନାଙ୍କ ସହ ସଂପର୍କ ଭାଙ୍ଗିବା ପରେ ଏବେ ଆଲିଆଙ୍କ ସହ ଅଧିକ ସମୟ ବିତାଉଛନ୍ତି ରଣବୀର । ସେପଟେ ସିଦ୍ଧାର୍ଥଙ୍କ ସହ ଆଲିଆଙ୍କ ବ୍ରେକ୍‌-ଅପ୍‌ ପରେ ସେ ଏବେ ରଣବୀରଙ୍କ ସହ ସମୟ କଟାଉଥିବା ଦେଖିବାକୁ ମିଳୁଛି ।

ପରସ୍ପରର ଭଙ୍ଗା ହୃଦୟକୁ ସାହାରା ଦେବାକୁ ଯାଇ ଦୁଇ ଜଣଙ୍କ ମଧ୍ୟରେ ନିବିଡ଼ତା ବଢ଼ୁଥିବା ଦେଖିବାକୁ ମିଳିଛି । ତେବେ ଆପଣ ଭାବୁଥିବେ କି ଆଗକୁ ଦୁହିଁଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଆସୁଥିବାରୁ ଦୁହେଁ ସାଥୀରେ ସମୟ କଟାଉଥିବେ । କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ କି ଦୁଇ ଜଣ ସୁଟିଂ ପରେ ମଧ୍ୟ ସମୟ ବିତାଉଥିବା ଦେଖିବାକୁ ମିଳୁଛି । କିଛି ଦିନ ତଳେ ରାତି ପ୍ରାୟ ୧୧ଟା ସମୟରେ ରଣବୀର ଆଲିଆଙ୍କ ଘରକୁ ଆସିଥିବା ବେଳେ ସକାଳ ୭ଟାରେ ତାଙ୍କ ଘରୁ ବାହାରି ଥିଲେ । ଦୁଇ ଜଣଙ୍କ ସଂପର୍କ ବିଷୟରେ କେହି ଯେପରି ନ ଜାଣନ୍ତି ସେଥିପାଇଁ ରଣବୀର ଓ ଆଲିଆ ନିଜ ନିଜ ଘରେ ସମୟ ବିତାଉଛନ୍ତି । ଏ କଥା ସାମ୍ନାକୁ ଆସିବା ପରେ ଦୁଇ ଜଣଙ୍କ ମଧ୍ୟରେ କିଛି ଚାଲିଛି ବୋଲି ସମସ୍ତଙ୍କ ମନରେ ସନ୍ଦେହ ଆସିଲାଣି ।

କାଟ୍ରିନା କୈଫ୍‌ ଓ ଆଲିଆଙ୍କ ମଧ୍ୟରେ  ଭଲ ସଂପର୍କ ରହିଛି ବୋଲି ଜଣା ପଡିଛି । ଯଦି ଆଲିଆ ଏବଂ ରଣବୀରଙ୍କ ମଧ୍ୟରେ ସନ୍ଦେହ କରାଯାଉଥିବା ସଂପର୍କ ସତ ହୋଇଥାଏ ତେବେ ଆଲିଆ ଏବଂ କାଟ୍ରିନାଙ୍କ ମଧ୍ୟରେ ଥିବା ବନ୍ଧୁତା ଭାଙ୍ଗିବା ନିଶ୍ଚିତ ।
ଆଲିଆଙ୍କୁ ଡେଟ୍‌ କରୁଛନ୍ତି କି ରଣବୀର କପୁର ? Ranbir and Alia
ପଢନ୍ତୁ ;

ସେୟାର ବଜାର ଉପରେ ବଜେଟ ପ୍ରହାର :ଗୋଟିଏ ଦିନରେ ୫ ଲକ୍ଷ କୋଟିର କ୍ଷତି

Related posts

ଆଜି ଆସିବ ଦୁବାଇରୁ ଶ୍ରୀଦେବୀଙ୍କ ମର ଶରୀର , ଜୁହୁରେ ହେବ ଅନ୍ତିମ ସଂସ୍କାର

Krishna Kumar Manoj

ଏଥର ୧୮ ବର୍ଷିଆ ଯୁବକ ଭୂମିକାରେ ଦେଖିବାକୁ ପାଇବେ ସଲ୍‌ମନ୍‌ଙ୍କୁ

Krishna Kumar Manoj

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More