ରାଣୀଙ୍କ ହିଚ୍-କୀ ରେ ପାଗଳ ହେଲେ ତାଙ୍କ ଫ୍ୟାନ୍

ରାଣୀଙ୍କ ହିଚ୍-କୀ ଧମାକା

ବଲିଉଡରେ ରାଣୀଙ୍କ କମବ୍ୟାକକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ଫିଲ୍ମ ‘ ମର୍ଦାନୀ ‘ ର ୪ ବର୍ଷ ପରେ ରାଣୀ ଦର୍ଶକଙ୍କ ପାଖରେ ପହଞ୍ଚିଲେ ହିଚ୍-କୀ ଜରିଆରେ । ଫିଲ୍ମ ହିଚ୍-କୀ ରିଲିଜ ହୋଇଥିଲା ମାର୍ଚ୍ଚ ୨୩ରେ । ଆଉ ଏବେ ଏହା ଫିଲ୍ମର ବଜେଟ ଅତିକ୍ରମ କରିବାକୁ ଯାଉଛି ।

ଜେନା ମାଥୁର ଭୂମିକରେ ରାଣୀ ମୁଖାର୍ଜୀଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ବକ୍ସ ଅଫିସ ଇଣ୍ଡିଆ ଅନୁସାରେ , ଫିଲ୍ମଟି ୪ ଦିନ ମଧ୍ୟରେ ପ୍ରାୟ ୧୭.୫୦ କୋଟି ମଧ୍ୟରେ ବ୍ୟବସାୟ କରି ସାରିଛି । ଆଉ ସପ୍ତାହକ ମଧ୍ୟରେ ଏହା ୨୩ ରୁ ୨୪ କୋଟି ଛୁଇଁବ ଆଶା କରାଯାଉଛି ।

ଫିଲ୍ମଟିର ସମୁଦାୟ ବଜେଟ ଥିଲା ୨୦ କୋଟି । ଫିଲ୍ମଟି ଦେଶର ୯୬୧ଟି ଓ ବିଦେଶରେ ୩୮୦ଟି ହଲରେ ରିଲିଜ ହୋଇଛି । ରାଣୀଙ୍କ କମବ୍ୟାକ ଧମାକାଦାର ସାବ୍ୟସ୍ତ ହୋଇଛି ।ନିର୍ଦେଶକ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମରେ ରାଣୀ ଜଣେ ଶିକ୍ଷୟିତ୍ରୀ ଭୂମିକା ତୁଲାଇଛନ୍ତି ।

ଏହି ଫିଲ୍ମରେ ସେ ଟୋରେଟ ଶିଣ୍ଡ୍ରୋମ ( ସ୍ନାୟବିକ ରୋଗ ) ପୀଡ଼ିତା ଭାବରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ରୋଗ ଯୋଗୁଁ ହିଚ୍-କୀ (ହାକୁଡି ) ଅଭ୍ୟାସରେ ପଡିଯାଇଛନ୍ତି । କଥା କହିବାବେଳେ ତାଙ୍କୁ ହାକୁଟି ଆସିବାରୁ ବହୁ ସମସ୍ୟାରେ ସମୁଖୀନ ହେଉଛନ୍ତି ସେ ।

ପଢନ୍ତୁ ;

ପାଟଣାଗଡ ବିସ୍ଫୋରଣ ମାମଲା : ପାର୍ସଲ ବୋମା ପଠାଇଥିଲେ ଜଣେ ଓଡ଼ିଆ

ବକ୍ସ ଅଫିସ ଇଣ୍ଡିଆ ଅନୁସାରେ , ଫିଲ୍ମଟି ୪ ଦିନ ମଧ୍ୟରେ ପ୍ରାୟ ୧୭.୫୦ କୋଟି ମଧ୍ୟରେ ବ୍ୟବସାୟ କରି ସାରିଛି - 4.6

91%

ବଲିଉଡରେ ରାଣୀଙ୍କ କମବ୍ୟାକକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ - 4.4

88%
4.5/5

Very Good!

ରାଣୀଙ୍କ ହିଚ୍-କୀ ରେ ପାଗଳ ହେଲେ ତାଙ୍କ ଫ୍ୟାନ୍

ବଲିଉଡରେ ରାଣୀଙ୍କ କମବ୍ୟାକକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ଫିଲ୍ମ ' ମର୍ଦାନୀ ' ର ୪ ବର୍ଷ ପରେ ରାଣୀ ଦର୍ଶକଙ୍କ ପାଖରେ ପହଞ୍ଚିଲେ ହିଚ୍-କୀ ଜରିଆରେ । ଫିଲ୍ମ ହିଚ୍-କୀ ରିଲିଜ ହୋଇଥିଲା ମାର୍ଚ୍ଚ ୨୩ରେ । ଆଉ ଏବେ ଏହା ଫିଲ୍ମର ବଜେଟ ଅତିକ୍ରମ କରିବାକୁ ଯାଉଛି ।

No Votes Yet

You're not rated yet