SPORTS

ରଣଜୀ ଟ୍ରଫି: ଅନୁରାଗଙ୍କ ଶତକ,ଓଡ଼ିଶା ୬/୨୩୨

odisha

ରଣଜୀ ଟ୍ରଫି ଆରମ୍ଭରୁ କମାଲ ଦେଖାଇଲେ ଓଡ଼ିଶାର ଓପନର୍‌ ଅନୁରାଗ ଷଡ଼ଙ୍ଗୀ। ପ୍ରଥମ ମ୍ୟାଚରେ ସେ ଶତକ ହାସଲ କରିଛନ୍ତି। ଭୁବନେଶ୍ୱର କିଟ୍‌ ଷ୍ଟାଡିୟମରେ ହରିୟାଣା ବିପକ୍ଷରେ ସିଜିନର ପ୍ରଥମ ମ୍ୟାଚ ଖେଳୁଛି ଓଡ଼ିଶା

କିଟ୍ କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିର ପ୍ରଥମ ରାଉଣ୍ଡ୍ ମୁକାବିଲାରେ ଓଡ଼ିଶା ପ୍ରତିପକ୍ଷ ହରିୟାଣା ବିପକ୍ଷରେ ପ୍ରଥମ ଦିନରେ ୬ ୱିକେଟ୍‌ରେ ୨୩୨ ରନ୍ କରିଛି। ପ୍ରଥମ ଦିନର ସମ୍ମାନକୁ ଉଭୟ ଦଳ ଭାଗ ବାଣ୍ଟିଛନ୍ତି। ଓଡ଼ିଶା ଗୁରୁବାର ସକାଳେ ମ୍ୟାଚ୍ ଖେଳିବାକୁ ଯିବା ପୂର୍ବରୁ ଦଳର ସବୁଠୁ ଅଭିଜ୍ଞ ଖେଳାଳି ବସନ୍ତ ମହାନ୍ତିଙ୍କ ବିନା ପଡ଼ିଆକୁ ଓହ୍ଲାଇଥିବାରୁ ଝଟକା ପାଇଥିଲା।

odisha

ଏହି ମ୍ୟାଚରୁ ପ୍ରଥମ ଶ୍ରେଣୀ କ୍ୟାରିଅର୍‌ ଆରମ୍ଭ କରିଛନ୍ତି ପପୁ ରାୟ, ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ। ହରିୟାଣାର ମୋହିତ ଶର୍ମା ଓ ଏଚ୍‌.ଭି ପଟେଲ୍‌ ୨ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଏ.କେ ଚହଲ୍‌ ଏବଂ ଟୁନୁ କୁଣ୍ଡୁ ଗୋଟିଏ ଲେଖାଏ ୱିକେଟ୍‌ ଅକ୍ତିଆର କରିଛନ୍ତି।

ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍ : ପ୍ରଥମ ଦିନ -୨୩୨/୬, ୯୦ ଓଭର (ଅନୁରାଗ ଷଡ଼ଙ୍ଗୀ ୧୧୪, ସନ୍ଦୀପ ପଟ୍ଟନାୟକ ୨୦, ଗୋବିନ୍ଦ ପୋଦ୍ଦାର ୧୪, ଶୁଭ୍ରାଂଶୁ ସେନାପତି ୧୧, ବିପ୍ଳବ ସାମନ୍ତରାୟ ୯, ଶାନ୍ତନୁ ମିଶ୍ର ଅପରାଜିତ ୩୦, ସୁଜିତ ଲେଙ୍କା ୧୩, ଦେବବ୍ରତ ପ୍ରଧାନ ଅପରାଜିତ ୭ । ମୋହିତ ଶର୍ମା ୧୫-୪-୩୮-୨, ହର୍ଷ ପଟେଲ ୨୦-୩-୫୮-୨, ଟିନୁ କୁଂଡୁ ୧୭-୮-୩୦-୧) ।

ପଢନ୍ତୁ;  ଜମ୍ମୁ କଶ୍ମୀରରେ ବିଜେପି ନେତା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

Related posts

ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କଲା ରାଜସ୍ଥାନ ରୋୟାଲ୍ସ

Ratnamani Moharana

Star India Has Won The Television & Digital Rights For IPL For Next Five Years

ENO Beuro

ହକି ବିଶ୍ୱକପ୍‌ର ପ୍ରଚାର ପାଇଁ ଆଜି ‘କେବିସି’ରେ ନଜର ଆସିବେ ନବୀନ

ENO Beuro

Leave a Comment