News

ରାତାରାତି ଷ୍ଟାର ବନିଥିବା ରାନୁ ବଲିଉଡର ହିମେଶ ରେସମିୟାଙ୍କ ସହିତ ଗାଇଲେ ପ୍ରଥମ ଗୀତ

Ranu Mandal

ଲତା ମଙେ୍ଗସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହେ’ ଗାଇ ରାତାରାତି ଷ୍ଟାର ବନିଥିବାଂ ରାନୁ ମଣ୍ଡଳଙ୍କ ଜୀବନ ଏବେ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଗଲାଣି। ମେକଓଭର ପରେ ଏବେ ତାଙ୍କ ପାଖକୁ ବଡ-ବଡ ଅଫର୍ସର ଲମ୍ବା ଲାଇନ୍‌ ଲାଗିଛି। ଟ୍ରେନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଛି। ସେ ଟ୍ରେନରେ ଗୀତ ଗାଉଥିବା ବେଳେ କେହି ଜଣେ ତାଙ୍କର ଭିଡିଓ ବନାଇ ସୋସିଆଲ ମିଡିଆରେ ସେୟାର କରିଦେଇଥିଲେ। ସେୟାର କରିବାର ମାତ୍ର କିଛ ସମୟ ମଧ୍ୟରେ ସେ ଲୋକପ୍ରିୟ ହୋଇଯାଇଥିଲେ। ଏହାପରେ ବଦଳିଯାଇଥିଲା ତାଙ୍କର ଭାଗ୍ୟ।

Ranu Song
Ranu Song

ଏବେ ରାନୁ ବଲିଉଡର ସବୁଠାରୁ ଲୋକପ୍ରିୟ ସିଙ୍ଗର ହିମେଶ ରେସମିୟାଙ୍କ ସହିତ ନିଜର ପ୍ରଥମ ରେକଡିଂ ଆରମ୍ଭ କରିଛନ୍ତି। ହିମେସ ରେସମିୟା ନିଜର ନୂଆ ଫିଲ୍ମରେ ରାନୁଙ୍କୁ ଗୀତ ଗାଇବା ପାଇଁ ଅଫର ଦେଇଛନ୍ତି। ଏହାର ଭିଡିଓ ସେ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ହିମେସ ରେସମିୟା ନିଜର ଅପକମିଂ ଫିଲ୍ମରେ ରାନୁ ମଣ୍ଡଳଙ୍କୁ ଗାଇବା ପାଇଁ ସୁଯୋଗ ଦେଇଛନ୍ତି। ତାଙ୍କର ନୂଆ ଫିଲ୍ମ ‘ହେପି ହାର୍ଡ଼ି ଆଣ୍ଡ ହୀର’ ଆସୁଛି। ଏଥିରେ ରାନୁ ମଣ୍ଡଳ ‘ତେରୀ ମେରୀ କାହାନୀ’ ଗୀତ ଗାଉଛନ୍ତି।

ରାନୁଙ୍କର ରେକର୍ଡଂ କରିବା ସମୟରେ ମଧ୍ୟ ଭିଡିଓ ହିମେସ ରେସମିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ରାନୁ ମଣ୍ଡଳ ହିମେଶ ରେସମିଆଙ୍କ ସହିତ studioରେ ଛିଡା ହୋଇ ଗୀତ ରେକର୍ଡ କରୁଥିବାର ଦେଖିବାକୁ ମିଳୁଛି।

ପଢନ୍ତୁ: ଚର୍ଚ୍ଚାରେ ମିଶନ ଶକ୍ତିର ଡାଇରେକ୍ଟର ମିସେସ୍‌ ପଣ୍ଡିଆନ୍‌

Related posts

ଛତିଶଗଡ ଯୋଗୁଁ ମହାନଦୀରେ ବନ୍ୟା ଆଶଂକା ସୃଷ୍ଟି ହୋଇଛି:ଦେବି ମିଶ୍ର

ENO Beuro

ରେଡିଓକଲାରରେ କୁମ୍ଭୀରଙ୍କୁ ଟ୍ରାକିଂ କରିବ ବନ ବିଭାଗ

Ratnamani Moharana

ଏସସି/ଏସଟି ଆକ୍ଟ: ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ENO Beuro