ଦୀପିକା ପାଦୁକୋନଙ୍କ ବିବାହ ପ୍ରସ୍ତୁତି

ଡେଷ୍ଟିନେସନ୍ ମ୍ୟାରେଜ୍ କରିବେ ଦୀପିକା ଓ ରଣବିର

ଏବେ ପ୍ରସ୍ତୁତି ଚାଲିଛି ସୋନମଙ୍କ ବିବାହର । ସବୁଠି ଚର୍ଚ୍ଚା । ତେବେ ଏହି ଖବର ଭିତରେ ଲୁଚି ଲୁଚି ଆଉ ଏକ ଖବର ସୁରାକ୍ ମିଡିଆକୁ ମିଳୁଛି । ଖବର ହେଲା , ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବିର ସିଂହଙ୍କର ମଧ୍ୟ କୁଆଡେ ବିବାହ ପାଇଁ ଭିତରେ ଭିତରେ ପ୍ରସ୍ତୁତି ଚାଲିଛି । ଆଗରୁ କୁହାଯାଉଥିଲା କି ଉଭୟ ମୁମ୍ବାଇ କିମ୍ବା ବେଙ୍ଗାଲୁରୁରେ ବିବାହ କରିବେ ।

ଏବେ ଜଣାପଡୁଛି ସେମାନେ ଡେଷ୍ଟିନେସନ୍ ମ୍ୟାରେଜ୍ କରିବାକୁ ଚାହାନ୍ତି । ସେହିପରି ଦୀପିକା ଓ ରଣବିର ବ୍ୟକ୍ତିଗତ ଜୀବନଙ୍କୁ ଗୁରୁତ୍ଵ ଦେଉଛନ୍ତି । ରୟାଲ ବିବାହ କିମ୍ବା ଅଧିକ ଅତିଥିଙ୍କୁ ବିବାହରେ ସାମିଲ କରିବାକୁ ଚାହାନ୍ତିନି ଉଭୟ । ସେମାନଙ୍କ ବିବାହରେ କେବଳ ପରିବାର ଲୋକ ଓ କିଛି ଖାସ ବନ୍ଧୁଙ୍କୁ ସାମିଲ କରିବାକୁ ଚାହାନ୍ତି।

ବିବାହ ପରେ ଦୁଇଟି ରିସିପସନ୍ ହେବ । ଗୋଟିଏ ମୁମ୍ବାଇ ଓ ଅନ୍ୟଟି ବେଙ୍ଗାଲୁରୁରେ ହେବ ବୋଲି ଶୁଣିବାକୁ ମିଳିଛି । ଦୀପିକା – ରଣବିର ଏବେ ନୂଆ ଘର ଖୋଜିବାକୁ ଯାଇ ଗୋଟିଏ ଘର ମନୋନୀତ କରିଛନ୍ତି । ଯଦି ସେହି ଘର କିଣନ୍ତି , ତେବେ ଅନୁଷ୍କା-ବିରାଟଙ୍କ ପଡୋଶୀ ହେବେ । ଏବେ ଦୀପିକା ସପିଙ୍ଗରେ ବେସ୍ତ । ତାହା ପୁଣି ଏମିତି ସେମିତି ସପିଙ୍ଗ ନୁହଁ ବିବାହ ପୂର୍ବ ସପିଙ୍ଗ ।

ରଣବିରଙ୍କ ପରିବାର ସପିଙ୍ଗରେ ଯାଉଛନ୍ତି ଦୀପିକା । ସେହିପରି ଦୀପିକା ଏବେ ୩-୪ ମାସର ଛୁଟି ନେଇଛନ୍ତି । ଏସବୁ ଦେଖି ଜଣାପଡୁଛି ଦୀପିକା କାହାରୀକୁ କିଛି ନ ଜଣାଇ ବିବାହ ପାଇଁ ପ୍ରସ୍ତୁତି ହେଉଛନ୍ତି । ତେବେ ଦେଖାଯାଉ ଦୀପିକା – ରଣବିର କେବେ ବିବାହ ତାରିଖ ଘୋଷଣା କରୁଛନ୍ତି ।

ପଢନ୍ତୁ ;

୩୦ ବର୍ଷରେ ପଦାର୍ପଣ କଲେ ଅନୁଷ୍କା ଶର୍ମା

ଏବେ ଜଣାପଡୁଛି ସେମାନେ ଡେଷ୍ଟିନେସନ୍ ମ୍ୟାରେଜ୍ କରିବାକୁ ଚାହାନ୍ତି - 90%

90%

ସେମାନଙ୍କ ବିବାହରେ କେବଳ ପରିବାର ଲୋକ ଓ କିଛି ଖାସ ବନ୍ଧୁଙ୍କୁ ସାମିଲ କରିବାକୁ ଚାହାନ୍ତି - 88%

88%
89%

Very Good!

ଦୀପିକା ପାଦୁକୋନଙ୍କ ବିବାହ ପ୍ରସ୍ତୁତି

ଏବେ ପ୍ରସ୍ତୁତି ଚାଲିଛି ସୋନମଙ୍କ ବିବାହର । ସବୁଠି ଚର୍ଚ୍ଚା । ତେବେ ଏହି ଖବର ଭିତରେ ଲୁଚି ଲୁଚି ଆଉ ଏକ ଖବର ସୁରାକ୍ ମିଡିଆକୁ ମିଳୁଛି । ଖବର ହେଲା , ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବିର ସିଂହଙ୍କର ମଧ୍ୟ କୁଆଡେ ବିବାହ ପାଇଁ ଭିତରେ ଭିତରେ ପ୍ରସ୍ତୁତି ଚାଲିଛି । ଆଗରୁ କୁହାଯାଉଥିଲା କି ଉଭୟ ମୁମ୍ବାଇ କିମ୍ବା ବେଙ୍ଗାଲୁରୁରେ ବିବାହ କରିବେ ।

No Votes Yet

You're not rated yet