• Home
  • Entertainment
  • ବିରାଟ ଓ ଅନୁଷ୍କାଙ୍କ ପରେ ବଲିଉଡର ଏହି ଚର୍ଚ୍ଚିତ ଯୋଡି ବିଭାହ କରିବାକୁ ଯାଉଛନ୍ତି
Entertainment

ବିରାଟ ଓ ଅନୁଷ୍କାଙ୍କ ପରେ ବଲିଉଡର ଏହି ଚର୍ଚ୍ଚିତ ଯୋଡି ବିଭାହ କରିବାକୁ ଯାଉଛନ୍ତି

ମୁମ୍ବାଇର ଭବ୍ୟ ପଞ୍ଚତାରକା ହୋଟେଲ ତାଜ୍‌ ଲ୍ୟାଣ୍ଡ୍‌ସ ଏଣ୍ଡ୍‌ରେ ବାହାଘର ହେବା

ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡି ହେଲେ ଦୀପିକା ପାଦୁକୋନ୍‌ ଏବଂ ରଣବୀର ସିଂହ । ଏବେ ଖୁବ୍‌ ଶୀଘ୍ର ଦୁହେଁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ଜୋର୍‌ ଧରିଛି । ‘ଗୋଲିଓଁ କି ରାସଲୀଲା- ରାମଲୀଲା’ ଫିଲ୍ମରୁ ଆରମ୍ଭ ହୋଇଥିଲା ସେମାନଙ୍କ ପ୍ରେମକାହାଣୀ । ଉଭୟଙ୍କ ପିତାମାତା ଆସନ୍ତା ୩-୪ମାସ ମଧ୍ୟରେ ବାହାଘର ପାଇଁ ତାରିଖ ସ୍ଥିର କରିଥିବା ମଧ୍ୟ ଶୁଣାଯାଉଛି ।

ଦୀପିକାଙ୍କ ଜନ୍ମଦିନରେ ଗୋପନୀୟ ଭାବେ ସେମାନଙ୍କର ନିର୍ବନ୍ଧ କରାଯାଇଥିବା ମଧ୍ୟ ଶୁଣାଯାଇଥିଲା । ଏ କଥାକୁ ଦୁହେଁ ଅସ୍ୱୀକାର କରିଥିଲେ । ସେମାନେ ଗୋଆରେ ଏକାଠି ଗୋଟିଏ ଘର କିଣିଥିବା କୁହାଯାଉଛି । ନିକଟରେ ଉଭୟ ନିଜନିଜ ପରିବାର ସହ ଛୁଟି ବିତାଇବା ଲାଗି ଶ୍ରୀଲଙ୍କା ଯାଇଥିବା ବେଳେ ବି ବାହାଘର କଥା ଚର୍ଚ୍ଚାକୁ ଆସିଥିଲା ।

ଏମିତିକି ଦୀପିକା ମାର୍ଚ୍ଚ ୨ତାରିଖ ଦିନ ଲଣ୍ଡନ ଯାଇ ସେଠାରେ ରଣବୀରଙ୍କ ପିତାମାତାଙ୍କ ସହ ବାହାଘର ପାଇଁ କିଣାକିଣି କରୁଛନ୍ତି । ଗତ ସପ୍ତାହରେ ଦୀପିକାଙ୍କ ପିତାମାତା ବାହାଘର ସମ୍ପର୍କରେ କଥା ହେବା ଲାଗି ବେଙ୍ଗାଲୁରୁରୁ ମୁମ୍ବଇ ଆସିଥିଲେ। ସେଇଠି ଦୀପିକାଙ୍କର ପ୍ରଭାଦେବୀସ୍ଥିତ ଘରେ ବାହାଘର ତାରିଖ ସ୍ଥିର ହୋଇଥିଲା । ଉଭୟ ପରିବାର କଥାବାର୍ତ୍ତା ହେବା ପରେ ରାତ୍ରିଭୋଜନ ଲାଗି ୱର୍ଲି ଯାଇଥିଲେ ।

ଦୁହେଁ ଏକ ପ୍ରଖ୍ୟାତ ସ୍ଥାନରେ ବିବାହ କରିବାକୁ ଇଚ୍ଛା କରିଥିଲେ ମଧ୍ୟ ଏହି ବାହାଘର ମୁମ୍ବଇରେ ହେଉ ବୋଲି ରଣବୀରଙ୍କ ପରିବାର ଚାହାନ୍ତି। କାରଣ, ସେମାନଙ୍କର ଅଧିକାଂଶ ବନ୍ଧୁବାନ୍ଧବ ମୁମ୍ବଇରେ ଅଛନ୍ତି ଓ ରଣବୀରଙ୍କ ବାହାଘରରେ ଯୋଗଦେବାକୁ ସମସ୍ତଙ୍କର ଆଗ୍ରହ । ଏହି ବାହାଘର ଦକ୍ଷିଣ ଭାରତୀୟ ପରମ୍ପରା ଅନୁସାରେ ହେବ। ମୁମ୍ବାଇର ଭବ୍ୟ ପଞ୍ଚତାରକା ହୋଟେଲ ତାଜ୍‌ ଲ୍ୟାଣ୍ଡ୍‌ସ ଏଣ୍ଡ୍‌ରେ ବାହାଘର ହେବା ।

ବିରାଟ ଓ ଅନୁଷ୍କାଙ୍କ ପରେ ବଲିଉଡର ଏହି ଚର୍ଚ୍ଚିତ ଯୋଡି ବିଭାହ କରିବାକୁ ଯାଉଛନ୍ତି Ranveer and depika

ପଢନ୍ତୁ ;

ସଂଜୟ ଦତଙ୍କୁ ୧୦ କୋଟିର ସମ୍ପତି ଦାନ କଲେ ମହିଳା ଫ୍ୟାନ

Related posts

କରଣ ଜୋହରଙ୍କୁ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗଙ୍କ ନୋଟିସ

Krishna Kumar Manoj

ପୁଜା ଦଦୱାଲଙ୍କୁ ସହାୟତା କଲେ ସଲମାନ ଖାନ

Krishna Kumar Manoj

ଆଗକୁ ବକ୍ସ ଅଫିସରେ ଦେଖିବାକୁ ପାଇବେ ଏହି ୩ ସୁନ୍ଦରୀଙ୍କ ଟକ୍କର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More