• Home
  • Entertainment
  • ଗଲି ବୟ ଫିଲ୍ମରେ ରଣବୀର ସିଂଙ୍କ ନୂଆ ଲୁକ
Entertainment

ଗଲି ବୟ ଫିଲ୍ମରେ ରଣବୀର ସିଂଙ୍କ ନୂଆ ଲୁକ

ରଣବୀର ସିଂ ସିନେମା ପାଇଁ କଡ଼ା ପରିଶ୍ରମ କରନ୍ତି । ଭୂମିକାକୁ ଜୀବନ୍ତ କରିବା ପାଇଁ ସେ ସବୁବେଳେ ଚେଷ୍ଟା କରି ଥାଆନ୍ତି । ଯାହା ତାଙ୍କ ସିନେମାରେ ଦେଖାଯାଏ ମଧ୍ୟ । ବିଭିିନ୍ନ ସିନେମାର ତାଙ୍କ ଅଭିନୟ ଦେଖି ଏକଥା ଆପଣ ନିଜେ ଅନୁମାନ କରିପାରୁଥିବେ । ‘ରାମଲୀଲା ଠାରୁ ଆରମ୍ଭ କରି ବାଜିରାଓ ମସ୍ତାନୀ’ ଓ ‘ବେଫିକ୍ରେ’ ଆଦି ସିନେମା ତାଙ୍କ କଠିନ କରିଶ୍ରମର ଜ୍ୱଳନ୍ତ ଉଦାହରଣ ।ରଣବୀର ସିଂଙ୍କ ସିନେମା ‘ପଦ୍ମାବତ’ରେ ସେ ଆଲ୍ଲାଉଦ୍ଦୀଦ ଖିଲଜିଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଖିଲଜିଙ୍କ ଭୂମିକା ପାଇଁ ରଣବୀରଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା । ସିନେମା ପାଇଁ ସେ ନିଜର ଲୁକ ଠାରୁ ଆରମ୍ କରି ଭାଷା ପର୍ଯ୍ୟନ୍ତୁ ସବୁ ଉପରେ ବେଶ୍ ନଜର ରଖନ୍ତି ।

ରଣବୀର ନିଜର ଆଗାମୀ ସିନେମା ‘ଗଲି ବୟ’ରେ ସେ ବସ୍ତିରେ ରହୁଥିବା ଜଣେ ଯୁବଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ନିଜ ଭୂମିିକା ପାଇଁ ରଣବୀରା ନିଜର ଓଜନ କମାଇବା ସହ ନିଜକୁ ପରିବର୍ତ୍ତନ କରିଛିନ୍ତି।ଏହି ଫିଲ୍ମ ପାଇଁ ରଣବୀର କେବଳ ଶରୀର ନୁହେଁ ନିଜର ଦାଢ଼ି ଓ କେଶ ମଧ୍ୟ କାଟି ଦେଇଛନ୍ତି । ଏହି ସିନେମାରେ ରଣବୀର ସିଂ ଜଣେ ରାପର ଭୂମିକାରେ ନଜର ଆସିବେ ।

ଗଲି ବୟ’ର ନିର୍ଦ୍ଦେଶକ ଜୋୟା ଅଖତାରଙ୍କ ସହ ରଣବୀର ସିଂଙ୍କର ଏହା ଦ୍ୱିତୀୟ ସିନେମା । ଏହି ସିନେମାରେ ପ୍ରଥମ ଥର ପାଇଁ ଆଲିୟା ଭଟ୍ଟ ଓ ରଣବୀର ସିଂଙ୍କ ଯୋଡ଼ି ଏକାଠି ନଜର ଆସିବେ । ଜୋୟାଙ୍କ ସିନେମା ପାଇଁ ତାଙ୍କ ଭାଇ ଫରହାନ ଅଖତାର ଡାଇଲଗ୍ ଲେଖୁଛନ୍ତି । ଜୋୟା ଅଖତାରଙ୍କ ଏହି ସିନେମା, ଏକ ଏପରି ଯୁବକଙ୍କ କାହଣୀ ଉପରେ ଆଧାରତି ଯିଏ ମୁମ୍ବାଇର ଝୁଗି ବସ୍ତିରେ ରହେ ଆଉ କଠିନ ପରିଶ୍ରମ ବଳରେ ପରେ ଜଣେ ରାପର ହୋଇପାରେ ।

ଗଲି ବୟ ଫିଲ୍ମରେ ରଣବୀର ସିଂଙ୍କ ନୂଆ ଲୁକ ranveer sing 3

ପଢନ୍ତୁ ;

ଭାବୀ ପତ୍ନୀ କେମିତି ହୋଇଥିବେ ଆସନ୍ତୁ ଜାଣିବା

Related posts

ସୁଟିଂ ସେଟକୁ ଫେରିଲେ ଜାହ୍ନବୀ : ଶ୍ରୀଦେବୀଙ୍କ ‘ଇଂଲିଶ ଭିଂଲିଶ’ ସିନେମା ଲୁକରେ ନଜର ଆସିଲେ ଜାହ୍ନବୀ

Krishna Kumar Manoj

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଅଜୟ ଦେବଗନଙ୍କ ‘ରେଡ୍‌’

Krishna Kumar Manoj

ସୋସିଆଲ ମିଡିଆରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ଏଲିୟନ୍‌ ଡ୍ୟାନ୍ସ ଭିଡିଓ ଭାଇରାଲ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More