• Home
  • Entertainment
  • ଆଇପିଏଲର ଉଦଘାଟନୀ ଉତ୍ସବରେ ପରଫର୍ମ କରିବେ ରଣବୀର ସିଂ
Entertainment

ଆଇପିଏଲର ଉଦଘାଟନୀ ଉତ୍ସବରେ ପରଫର୍ମ କରିବେ ରଣବୀର ସିଂ

୧୫ ମିନିଟ ପରଫରମାନ୍ସ ପାଇଁ ରଣବୀର ସିଂଙ୍କୁ ୫ କୋଟି

ଏପ୍ରିଲ ୭କୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ସିଜିନ୍ -୧୧। ଏହି ସିିଜିନର ଉଦଘାଟନ  ଉତ୍ସବରେ ରଣବୀର ସିଂ ନୃତ୍ୟ କରିବାର ଦେଖିବାକୁ ପାଇବେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ୧୫ ମିନିଟ ପରଫରମାନ୍ସ ପାଇଁ ରଣବୀର ସିଂଙ୍କୁ ୫ କୋଟି ଟଙ୍କା ଦିଆଯିବ । ଉଦଘାଟନୀ ଉତ୍ସବରେ ପରଫର୍ମ କରିବା ପାଇଁ ରଣବୀରଙ୍କୁ ୫ କୋଟି ଦିଆଯିବ ।

ସୂଚନା ଅନୁସାରେ ଉଦଘାଟନୀ ଉତ୍ସବରେ ଅଭିନେତାଙ୍କୁ ୧୫ ମିନିଟ ସମୟର  ନୃତ୍ୟ ପାଇଁ ୫ କୋଟି ଟଙ୍କା ଦେବାକୁ ପଡିବ । ସୂତ୍ର ଅନୁସାରେ ବିସିସିଅାଇ ଅାଇପିଏଲର ଉଦଘାଟନୀ ସମାରୋହରେ ନୃତ୍ୟ ପାଇଁ ଅଭିନେତା ରଣବୀରଙ୍କୁ ପ୍ରସ୍ତାବ ଦେଇଥିଲେ ।

ଏଥିପାଇଁ  ରଣବୀରଙ୍କୁ ମୋଟା ଅଙ୍କର ଅଫର ମଧ୍ୟ ଦିଅାଯାଇଥିଲା । ଯାହାକୁ ରଣବୀର ସ୍ଵୀକାର କରିଛନ୍ତି । ଏବେ ତାଙ୍କର ନୃତ୍ୟର ଜଲଓ୍ଵା ଅାଇପିଏଲର ଉଦଘାଟନୀ ସମାରୋହରେ ଦର୍ଶକ ଦେଖିବାକୁ ପାଇବେ ।

ରଣବୀର ବର୍ତ୍ତମାନ ‘ଗଲି ବୟ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ସେ ଏକ ରାପର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ରଣବୀରଙ୍କ ସହିତ ଆଲିୟା ଭଟ୍ଟ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ୧୪ ଫେବୃୟାରୀ ୨୦୧୯ରେ ରିଲିଜ ହେବ । ଏହା ବ୍ୟତିତ ସେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ମଧ୍ୟ ନଜର ଆସିବେ । ଏଥିରେ ତାଙ୍କ ବିପକ୍ଷରେ ସାରା ନଜର ଆସିବେ ।

ଆଇପିଏଲର ଉଦଘାଟନୀ ଉତ୍ସବରେ ପରଫର୍ମ କରିବେ ରଣବୀର ସିଂ ranveer sing 1

ପଢନ୍ତୁ ;

ଆଖିରେ ଆଇଲାଇନର ଲଗାଇଲା ବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା !

Related posts

ଦ୍ୱିତୀୟ ଥର ଲାଗି ବାପା ହେଲେ ଶାହିଦ୍‌!ଜାଣନ୍ତୁ ସେହି ନୂଆ ସଦସ୍ୟ ପୁଅ ନା ଝିଅ?

Krishna Kumar Manoj

ପୁଣି ଛୋଟ ପରଦାକୁ ଏକାଠି ଫେରିବେ ସୁଶାନ୍ତ ଓ ଅଙ୍କିତା

Krishna Kumar Manoj

ପ୍ରଥମ ଥର ଯୋଦ୍ଧା ଅବତାରରେ ନଜର ଆସିବେ ସନ୍ନି ଲିଓନ!

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More