Entertainment

ରଣବୀର ସିଂହଙ୍କ ବିପକ୍ଷରେ ନାୟିକା ହେବେ ଜାହ୍ନବୀ କପୁର

ରଣବୀର ସିଂହଙ୍କ ନୂଆ ସିନେମା ସିମ୍ବା

ସଞ୍ଜୟ ଲୀଲା ଭଂସାଲୀଙ୍କ ବିବାଦୀୟ ସିନେମା ‘ପଦ୍ମାବତ୍‌’ରେ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜିଙ୍କର ଚରିତ୍ର ନିଭାଇଥିବା ଅଭିନେତା ରଣବୀର ସିଂହଙ୍କ ଆଗାମୀ ସିନେମା ମଧ୍ୟରୁ ଗୋଟିଏ ହେଲା‘ସିମ୍ବା’।ଏହାର ପ୍ରଯୋଜକ ହେଲେ କରଣ ଜୋହର ଓ ନିର୍ଦ୍ଦେଶକ ରୋହିତ ସେଟ୍ଟି। ଏହି ସିନେମାରେ ରଣବୀର ସିଂହଙ୍କୁ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

‘ସିମ୍ବା’ରେ ରଣବୀର ସିଂହଙ୍କ ବିପକ୍ଷରେ କିଏ ନାୟିକା ଭୂମିକାରେ ଅଭିନୟ ଲରିବେ ,ତାହା ଏଯାବତ୍‌ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ବଲିଉଡ଼୍‍ରେ ଚର୍ଚ୍ଚା ଚାଲିଛି ଯେ,ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁର ‘ସିମ୍ବା’ରେ ରଣବୀରଙ୍କ ସହ ଅଭିନୟ କରି ପାରନ୍ତି।

କୁହାଯାଉଛି ଯେ, ନିର୍ମାତା କରଣ ଜୋହର ଇତିମଧ୍ୟରେ ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କୁ ଆପ୍ରୋଚ୍‌ କରିଛନ୍ତି। ସେ ଶ୍ରୀଦେବୀଙ୍କ ସହିତ ମଧ୍ୟ ଏ ବିଷୟରେ କଥା ହୋଇଛନ୍ତି। କରଣ ଶ୍ରୀଦେବୀଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଯେଉଁ ୟଙ୍ଗ୍‌ଷ୍ଟାର୍‌ ମାନଙ୍କର ଜବରଦସ୍ତ କ୍ରେଜ୍‌ ଅଛି,ସେମାନଙ୍କ ଭିତରୁ ରଣବୀର ସିଂହ ଜଣେ। ତାଙ୍କ ସହ ଜାହ୍ନବୀ ଦ୍ୱିତୀୟ ସିନେମା କରିଲେ ତାହା ତାଙ୍କ କ୍ୟାରିଅର୍‌ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ। ତା’ଛଡ଼ା ହିଟ୍‌ ଡ଼ିରେକ୍ଟର ରୋହିତ ସେଟ୍ଟି ଏହାର ନିର୍ଦ୍ଦେଶନା ଦେଉଥିବା ହେତୁ ‘ସିମ୍ବା’ହିଟ୍‌ ହେବାର ସମ୍ଭାବନା ଅଧିକ। ଦେଖାଯାଉ ଶ୍ରୀଦେବୀ କ’ଣ ନିଷ୍ପତ୍ତି ନେଉଛନ୍ତି।

ରଣବୀର ସିଂହଙ୍କ ବିପକ୍ଷରେ ନାୟିକା ହେବେ ଜାହ୍ନବୀ କପୁର ranveer and janhabi

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଏହି ୩ଟି କାମରେ ଲାଜ କରନ୍ତୁ ନାହିଁ

Related posts

ପିତା ହେବାକୁ ଯାଉଛନ୍ତି ନୀଲ୍ ନୀତିନ୍ ମୁକେଶ୍

Krishna Kumar Manoj

ରଣବୀର ସିଂଙ୍କ ଡ୍ରେସିଙ୍ଗ ସେନ୍ସକୁ ନେଇ ଚର୍ଚା

Krishna Kumar Manoj

ଈଶା ଅମ୍ବାନିକୁ ବାହାହେବେ ବ୍ୟବସାୟୀ ଆନନ୍ଦ ପିରାମଲ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More