Celebs News

ବିଜେପି ପାଇଁ ପ୍ରଚାର କରୁଛନ୍ତି ଦୀପିକା-ରଣବୀର୍‌!!!! ଜାଣନ୍ତୁ ଏହି ଫୋଟୋର ସତ୍ୟତା

୨୦୧୯ ଲୋକସଭା ନିର୍ବାଚନ  ପାଇଁ ସବୁ ରାଜନୈତିକ ଦଳ ଜୋର୍‌ସୋର୍‌ରେ ପ୍ରଚାର କରୁଛନ୍ତି। ଲୋକଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ଦଳରେ ରହୁଛନ୍ତି  କିଛି ଷ୍ଟାର ପ୍ରଚାରକ । ଷ୍ଟାରଙ୍କ ଲୋକପ୍ରିୟତା କାଳେ ଲୋକଙ୍କ ମାନସିକତାକୁ ବଦଳାଇ ଦଳକୁ ଜିତେଇବାରେ ସାହାର୍ଯ୍ୟ କରିବ। ବଲିଉଡର ସୁପର ହିଟ ଯୋଡି ଦୀପିକା-ରଣବୀର୍‌  ଦୁହିଙ୍କର ଏହି ଫୋଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାକୁ ଲାଗିଛି।

“ଭୋଟ୍‌ ଫର୍‌ ବିଜେପି” ଲେଖାଥିବା ଏକ ଚାଦରକୁ ଦୁହେଁ କାନ୍ଧରେ ପକାଇଛନ୍ତି। ଏହି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ଦୀପିକା ଏବଂ ରଣବୀର୍‌ ଭାରତୀୟ ଜନତା ପାର୍ଟି  ପାଇଁ ପ୍ରଚାର କରୁଥିବା କିଛି ଲୋକ ସୋଶାଲ୍‌ ମିଡିଆରେ ଲେଖିଛନ୍ତି। ତେବେ ଏହି ଫଟୋର ପଛରେ ଲୁଚିଥିବା କାହାଣୀ କିଛି ଅଲଗା। ଦୀପିକା ଏବଂ ରଣବୀର ବିଜେପି ପାଇଁ ପ୍ରଚାର କରୁଥିବା କଥା ସମ୍ପୂର୍ଣ୍ଣ ମିଛ । ଏହି ଫୋଟୋକୁ ଏଡିଟ କରାଯାଇ ଏପରି କରାଯାଇଛି।

ବାଙ୍ଗାଲୋର୍‌ରେ ରିସେପ୍‌ସନ୍‌ ସରିଲା ପରେ ଦୁହେଁ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଯାଇଥିଲେ। ସେତେବେଳେ ଦୁହେଁ ଏହି ବସ୍ତ୍ର କାନ୍ଧରେ ପକାଇଥିଲେ।

ମନ୍ଦିରରେ ପ୍ରବେଶ କରିବା ପରେ କମଳା ରଙ୍ଗର ଚାଦରକୁ ମନ୍ଦିର ପୂଜକ ଦୁହିଁଙ୍କ କାନ୍ଧରେ ପକାଇଥିଲେ।


ପଢନ୍ତୁ: ଧୀର ଓଭର ଗତି ଯୋଗୁଁ ଜୋରିମାନା ଦେବେ ବିରାଟ କୋହଲି

Related posts

Satyajeet Pradhan And His Singing Career

Jitendra

ସମାଜସେବିକା ଅଭିନୟରେ ଖୁସି ବୋଲି କହିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ

Ratnamani Moharana

Pammy Mishra Is A Leading Ollywood Singer

Jitendra

Leave a Comment