Entertainment

ଧର୍ମଗୁରୁ ଓଶୋଙ୍କ ଭୂମିକାରେ ନଜର ଆସିବେ ରଣବୀର

ସବୁ ନିର୍ଦେଶକଙ୍କ ପ୍ରଥମ ପସନ୍ଦ ରଣବୀର ସିଂହ

ବଲିଉଡ ଅଭିନେତା ରଣବୀର ସିଂହ ଏବେ ସବୁ ନିର୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟି ଯାଇଛନ୍ତି । ସଞ୍ଜୟ ଲିଲା ଭଂଶାଳୀ , ଆଦିତ୍ୟ ଚୋପ୍ରା ,କବୀର ଖାନ ଏବଂ ରୋହିତ ଶେଠୀଙ୍କ ଭଳି ପ୍ରସିଦ୍ଧ ନିର୍ଦେଶକଙ୍କ ପରେ ଏବେ କରନ ଜୋହାର ମଧ୍ୟ ରଣବୀରଙ୍କୁ ପସନ୍ଦ କରୁଛନ୍ତି ।  ଧର୍ମା ପ୍ରଡକସନର ଏକ ସିନେମା ପାଇଁ ଚୁକ୍ତିବଦ୍ଧ କରିଛନ୍ତି ରଣବୀରଙ୍କୁ ।

ରିପୋର୍ଟ ମୁତାବକ  କରନ ଜୋହାର ଧର୍ମଗୁରୁ ଓଶୋଙ୍କର ଜୀବନ ଉପରେ ଏକ ବାୟୋପିକ ନିର୍ମାଣ କରିବାକୁ ଯାଉଛନ୍ତି । ସେଥିରେ ରଣବୀର ଓଶୋଙ୍କ ଭୂମିକା ନିର୍ବାହ କରିବେ । ଏହାର ନିର୍ଦେଶନା ଦେବେ ଶକୁନ ବାତ୍ରା । ଏହି ସିନେମାକୁ ହିନ୍ଦୀ ସହିତ ଅନେକ ଭାଷାରେ ନିର୍ମାଣ କରାଯିବ ।

ଏହି ସିନେମାଟି ଭାରତ ସମେତ ବିଦେଶରେ ମଧ୍ୟ ମୁକ୍ତି ଲାଭ କରିବ । ରଣବୀର ସିଂହ ‘ବ୍ୟାଣ୍ଡ ବାଜା ବରାତ’ ସିନେମାରୁ ନିଜର କ୍ୟାରିୟର ଆରମ୍ବ କରିଥିଲେ । ରଣବୀର ପରବର୍ତୀ ସମୟରେ ଲୁଟେରା ,ଗୋଲିୟ କି ରାସ ଲିଲା ରାମଲିଲା ,ବାଜିରାଓ ମସ୍ତାନି ଏବଂ ପଦ୍ମାବତ ଭଳି ସିନେମାରେ ନିଜ ଅଭିନୟର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ।
ଧର୍ମଗୁରୁ ଓଶୋଙ୍କ ଭୂମିକାରେ ନଜର ଆସିବେ ରଣବୀର ranveer sing
ପଢନ୍ତୁ ;

ଟି୨୦ ତ୍ରିରାଷ୍ଟ୍ରୀୟ : ଭାରତକୁ ୫ ଓ୍ଵିକେଟରେ ପରାସ୍ତ କଳା ଶ୍ରୀଲଙ୍କା

Related posts

ବିଦେଶୀ ସେଲିବ୍ରିଟିଙ୍କ ସହ ମାଗାଜିନ୍‌ କଭର ପେଜ୍‌ରେ ଐଶ୍ୱର୍ଯ୍ୟା

ENO Beuro

Odia girl Chelsi Behura Entered Into Top 14 of Rising Star Reality Show

ENO Beuro

ବିଗ୍‌ ବସ୍‌ ୧୨ରେ ବଡ ଖୁଲାସା: ୩୭ ବର୍ଷ ସାନ ଝିଅଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More