Bollywood

ରଣବୀର୍‌ କପୁର୍‌, ସଂଜୟ ଦତ୍ତଙ୍କ ବାୟୋପିକ୍‌ ର ସଫଳତା ପାଇଁ ଅନେକ ପରିଶ୍ରମ କରୁଛନ୍ତି

ରଣବୀର୍‌ କପୁର୍‌, ସଂଜୟ ଦତ୍ତଙ୍କ ବାୟୋପିକ୍‌ ର ସଫଳତା ପାଇଁ ଅନେକ ପରିଶ୍ରମ କରୁଛନ୍ତି
ବଲିଉଡ୍‍ର ଷ୍ଟାର୍‌ସନ୍‌ ରଣବୀର୍‌ କପୁର୍‌ ତାଙ୍କର ଆଗାମୀ ଫିଲ୍ମ ତଥା ସଂଜୟ ଦତ୍ତଙ୍କ ବାୟୋପିକ୍‌ର କାମକୁ ନେଇ ବିଗତ ବର୍ଷେ ହେବ ବହୁତ ପରିଶ୍ରମ କରୁଛନ୍ତି । ଏଥିସହିତ ରଣବୀର୍‌ ଉକ୍ତ ଫିଲ୍ମରେ ସଂଜୟଙ୍କ ଭଳି ଦେଖାଯିବାପାଇଁ କୌଣସି ହେଲେବି ମୌକାକୁ ହାତଛଡ଼ା କରୁନାହାନ୍ତି ଯାହକି ଲୋକଙ୍କ ନଜରକୁ ଆସିୁଅଛି।
ଖବର ଅନୁଯାୟୀ, ଏହି ନିକଟରେ ବଲିଉଡର ଏହି ହିରୋ ଜଣକ ତାଙ୍କର ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ସଂଜୁ ସାର୍‌ ବହୁତ ଭଲ ଭାବରେ ଏହି ଫିଲ୍ମ ସହିତ ଯୋଡ଼ି ହୋଇଛନ୍ତି ଏବଂ ସର୍ବଦା  ସୁଟିଂ ସେଟ୍‌କୁ ମଧ୍ୟ ଆସୁଛନ୍ତି। ଏଥିସହିତ ସଂଜୟ ଦତ୍ତ ବହୁତ ସପୋର୍ଟିଭ୍‌ ବୋଲି ବି କହିବାକୁ ପଛାଇନାହାନ୍ତି ରଣବୀର୍‌। ଏହାସହିତ  ସେ ଏହା ମଧ୍ୟ କହିଛନ୍ତି କି ସଂଜୟ ସାର୍‌ ସମସ୍ତଙ୍କୁ ବହୁତ ଭଲପାଇବା ଦିଅନ୍ତି। ଆଉ ଏହି କାରଣରୁ ମତେ ଯେପରି ଲାଗୁଛି କି ମୋର ଜନ୍ମ ବୋଧହୁଏ ସଂଜୟ ଦତ୍ତଙ୍କ ବାୟୋପିକ୍‌ରେ ତାଙ୍କର ଭୂମିକାକୁ ଲିଭାଇବା ପାଇଁ ହୋଇଥିଲା! ଏହା ସହିତ ରଣବୀର୍‌ ତାଙ୍କ ଫିଲ୍ମରେ କାମ କରୁଥିବାରୁ ନିଜକୁ ଭାଗ୍ୟବାନ୍‌ ବୋଲି କହିଛନ୍ତି।
ରଣବୀର୍‌ କପୁର୍‌ଙ୍କ ଅଭିନୀତ ‘ଜଗ୍ଗା ଜାସୁସ୍‌’ରେ ରଣବୀର୍‌ଙ୍କ ଚରିତ୍ରଟି ଖୁବ୍‌ ଦମ୍‌ଦାର୍‌ ରହିଥିଲେ ବି ଏହା ବକ୍ସ୍‍ ଅଫିସ୍‌ରେ କିଛି ବି ହେଲେ କମାଲ୍‌ ଦେଖାଇ ପାରିନାହିଁ। କିନ୍ତୁ ଏହି ବାୟୋପିକ୍‌ ନିଶ୍ଚୟ ରଙ୍ଗ ଆଣିବା ବୋଲି ଆସା କରାଯାଉଛି  ।
ରଣବୀର୍‌ କପୁର୍‌, ସଂଜୟ ଦତ୍ତଙ୍କ ବାୟୋପିକ୍‌ ର ସଫଳତା ପାଇଁ ଅନେକ ପରିଶ୍ରମ କରୁଛନ୍ତି

Related posts

Shah Rukh Khan Gifted A Guitar To The Music Composer Pritam

ENO Beuro

Karan Johar Has Announced A Trilogy With Big B, Ranbir Kapoor & Alia in lead

ENO Beuro

ଅଭିନେତା ଗୁରୁମିତ ଚୌଧୁରୀ, ଜେପି ଦତ୍ତାଙ୍କ ଆଗାମୀ ସିନେମା “ପଲଟନ” ରେ ନଜର ଆସିବେ

ENO Beuro

Leave a Comment